ଗଞ୍ଜାମ ଜିଲ୍ଲାର ୧୦ଟି ଘରୋଇ ବସ ମାଲିକ ସଂଘକୁ ନେଇ ସ୍ବତନ୍ତ୍ର ବୈଠକ
ଭଞ୍ଜନଗର-- ବାଲିପଦର ନିକଟସ୍ଥ ମା ଶାଙ୍କୁଳାଇ ପୀଠ ପରିସରରେ ୪ ନମ୍ବର ଜୋନ ଗଞ୍ଜାମ ଜିଲ୍ଲାର ୧୦ ଗୋଟି ଘରୋଇ ବସ ମାଲିକ ସଂଘ କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସିକା ଘରୋଇ ବସ ମାଲିକ ସଂଘ ର ସଭାପତି ଶ୍ରୀ ସୂଯ୍ୟକାନ୍ତ ପରିଡା ବୈଠକରେ ସଭାପତିତ୍ୱ କରିଥିଲେ । ଏଥିରେ ବ୍ରହ୍ମପୁର, ପୁରୁଷୋତ୍ତମପୁର, ଆସିକା, ଭଂଜନଗର, ସୋରଡ଼ା, ବୁଗୁଡ଼ା, ପୋଲସରା ଘରୋଇ ବସ ମାଲିକ ସଂଘ ର ସଭାପତି, ସମ୍ପାଦକ ଓ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ବର୍ତ୍ତମାନ ଗ୍ରାମାଞ୍ଚଳ କୁ ସରକାରଙ୍କ ମୋ ବସ୍ ଚଳାଚଳ କରିବା ନିଷ୍ପତ୍ତି କୁ ବିରୋଧ କରିବା ସଙ୍ଗେ ସଙ୍ଗେ ରାଜ୍ୟ ପରିବହନ କମିଶନର ଓ.ଏସ ଆର.ଟି.ସି (ସରକାରୀ ) ବସ ପରିମିଟ୍ କୁ ଘରୋଇ ବସ ର ପରିମିଟ୍ ର ସମୟ କୁ ଅଣଦେଖା କରାଯାଉଛି । ନୂଆ ପରିମିଟ୍ ଘରୋଇ ବସ ଆଗରେ ଓ ପଛରେ ଦେଇ ରୁଟ୍ ରେ ଚଳ ପ୍ରଚଳ ପାଇଁ ଅନୁମତି ଦେଉଥିବାରୁ ଘରୋଇ ବସ ମାଲିକ ମାନଙ୍କୁ ବହୁ କ୍ଷତି ସହିବାକୁ ପଢୁଛି । ତାହାରି ପ୍ରତିବାଦ ରେ ଆଜି ସଂଘ ର ବୈଠକ ଅନୁଷ୍ଠିତ ହୋଇଥିଲା । ଏତତ୍ ବ୍ୟତୀତ ତିନି ଚକିଆ ଯାନଠୁ ଆରମ୍ଭ କରି ଛୋଟ ବଡ ଗାଡି ଷ୍ଟେଜ୍ କ୍ୟାରେଜ ର ପରିମିଟ୍ ନଥାଇ ମଧ୍ୟ ପ୍ରତ୍ୟେକ ଦିନ ରୁଟ୍ ପରିମିଟ୍ ଥିବା ବସ ଆଗରେ ଓ ପଛରେ ବିନା କାଗଜ ପତ୍ରରେ ସହ ସହ ଗାଡି ଯିବା ଆସିବା କରୁଛି । କୌଣସି ଘରୋଇ ବସ ମାଲିକ ଓ. ଏସ.ଆର.ଟି.ସି ବସ କିମ୍ବା ଛୋଟ ଗାଡି ନା ରେ ଅଭିଯୋଗ କଲେ ଘରୋଇ ବସ ମାଲିକ ଙ୍କୁ ଧମକ ଚମକ ଦିଆଯାଉଛି । ଥାନା ମାନଙ୍କ ରେ ସରକାରୀ ଗାଡି କୁ ଯେଉଁ ଭଳି ଭାବେ ସାହାଯ୍ୟ ଓ ସହଯୋଗ କରୁଛନ୍ତି କିନ୍ତୁ ଘରୋଇ ବସ ମାଲିକ ମାନଙ୍କୁ ସେହି ସାହାଯ୍ୟ ଓ ସହଯୋଗ ମିଳୁନାହିଁ । ତେଣୁ ଏହ ବୈଠକରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର,ଆରକ୍ଷୀ ଅଧିକ୍ଷକ ଛତ୍ରପୁର,ଆଞ୍ଚଳିକ ପରିବହନ ଅଧିକାର ଙ୍କୁ ଏହି ବିଷୟରେ ଅବଗତି ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ବ୍ରହ୍ମପୁର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଶ୍ରୀ ଅତନୁ କୁମାର ବେହେରା,ପୁରୁଷୋତ୍ତମପୁର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀ ଭବାନୀ ମିଶ୍ର,
ଭଂଜନଗର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ଶ୍ରୀ ବିପ୍ର ଚରଣ ବାରିକ, ସୁବାସ ଚନ୍ଦ୍ର ଦିହୁଡି,ସୋରଡ଼ା ଘରୋଇ ବସ ମାଲିକ ଶ୍ରୀ ଔସିଙ୍ଗି, ବୁଗୁଡ଼ା ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀ ଭେଙ୍କେଡ଼ ଦୋରା , ଶ୍ରୀ ପ୍ରମୋଦ କୁମାର ଜେନା, ଶ୍ରୀ ଇ. ଲୋକନାଥ,ଶ୍ରୀ ଅନିଲ କୁମାର ପୁଷ୍ଠି,ଶ୍ରୀ ସୂଯ୍ୟନାରାୟଣ ପାଣିଗ୍ରାହୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ବାରିକ ପ୍ରମୁଖ ଏହି ବୈଠକରେ ଏକ ଶହରୁ ଉର୍ଦ୍ଧ ମାଲିକ ଉପସ୍ଥିତ ଥିଲେ । ପରିଶେଷରେ ଗଞ୍ଜାମ ଜିଲ୍ଲାର ଜୋନ ନମ୍ବର ୪ ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପୋଲାଗ ବୈଠକରେ ବହୁ ସଂଖ୍ୟାରେ ବସ ମାଲିକ ମାନେ ଯୋଗ ଦେଇଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୭/୨୦୨୩---୧୨,୨୦ Sakhigopal News,22/7/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୭/୨୦୨୩---୧୨,୨୦ Sakhigopal News,22/7/2023