Breaking News

ସଂଗ୍ରାମୀ ସ୍ମୃତିବନରେ ନିଆରା କାର୍ଯ୍ୟକ୍ରମ



ବରଗଡ଼ ---ବରଗଡ଼ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀଙ୍କ ସ୍ମୃତିରେ ବରଗଡ଼ ସହର ଉପକଣ୍ଠ ବଗେଇବିରା ନିକଟ କଜିଲିବିଜିଲି ପାହାଡ ପାଦଦେଶରେ ଗଢି ଉଠିଛି ସଂଗ୍ରାମୀ ସ୍ମୃତିବନ (SANGRAMI SMRUTIBANA) । ଗତବର୍ଷ ଠିକ୍ ଆଜିକାର ଦିନରେ ବରଗଡ଼ ସାମ୍ବାଦିକ ସଂଘର ଉଦ୍ୟମ ଏବଂ ସ୍ଥାନୀୟ ବନ ବିଭାଗ ସହଯୋଗରେ ବୈଷ୍ଣୋଦେବୀ ମନ୍ଦିରର ଅନତିଦୂରରେ ସ୍ମୃତିବନର ସ୍ଥାପନା କରାଯାଇଥିଲା। ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ମାଟି ଅଣାଯାଇଥିଲା ଏବଂ ଜିଲାର ୧୫୩ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ବିଭିନ୍ନ କିସମର ବୃକ୍ଷଚାରା ରୋପଣ କରାଯାଇଥିଲା।
ସ୍ମୃତିବନ ତଥା ସେଠାରେ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ରୋପଣ କରାଯାଇଥିବା ବୃକ୍ଷଚାରାକୁ ଆଜି କାରଗିଲ୍ ଦିବସରେ ଠିକ୍ ବର୍ଷେ ପୂରିଛି। ଏହି କ୍ରମରେ ଆଜି ବରଗଡ଼ ସାମ୍ବାଦିକ ସଂଘ ଏବଂ ବନ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ମୃତିବନର ଜନ୍ମବାର୍ଷିକୀ ଭଳି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଏକ କେକ୍ କଟାଯିବା ସହିତ ସ୍ମୃତିବନରେ ରହିଥିବା ବୃକ୍ଷଚାରାକୁ ପୂଜାର୍ଚ୍ଚନା କରି ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହା ସହିତ ସ୍ମୃତିବନର ଜନ୍ମ ବାର୍ଷିକୀ ପାଳନ ଅବସରରେ ଚାରାରୋପଣ କରାଯାଇ ଥିବାବେଳେ ସଂଗ୍ରାମୀ ସ୍ମୃତିବନରେ ରହିଥିବା ବୃକ୍ଷଚାରାର ଯତ୍ନ ନେଉଥିବା ୪ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ବରଗଡ଼ ବନଖଣ୍ଡର ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର କୁମାର ଗୋଚ୍ଛାୟତ, ବରଗଡ଼ ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ସମେତ ବନ କର୍ମଚାରୀ ଏବଂ ବରଗଡ଼ ସାମ୍ବାଦିକ ସଂଘର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୭/୨୦୨୩---୯,୪୫ Sakhigopal News,26/7/2023

Blog Archive

Popular Posts