ସତ୍ୟବାଦୀ ବିଧାୟକ ଭୋଜିରେ ଯୋଗ ଦେବା ପାଇଁ ଯିବା ସମୟରେ ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ, ଭୋକ ବିକଳରେ ତାଟିଆ କାମୁଡିବା ନୀତି ଧରିଲେ ବିରୋଧୀ ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କର ଅକାଳ ବିୟୋଗ ପରେ ଏବେ ସରପଞ୍ଚ ଉପନିର୍ବାଚନ ପାଇଁ ଉକ୍ତ ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜମି ଆସୁଛି । ଏହି ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଜଣଙ୍କୁ ବିଜେଡି ସମର୍ଥନ କରୁଥିବା ବେଳେ ଅନ୍ୟ ଜଣଙ୍କୁ ବିଜେପି ସମର୍ଥନ କରୁଥିବା ଜଣାପଡିଛି । ମାତ୍ର ନିର୍ବାଚନରେ ହାରିଯିବେ ବୋଲି ଭୋକ ବିକଳରେ ଏବେ ଠାରୁ ବିରୋଧୀ ଦଳର କର୍ମୀ ମାନେ ଏବେ ରକ୍ତମୁଖା ସାଜିଛନ୍ତି । ଯାହାକି ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କୁ ଆଦ୍ୟ ଶାସନ ଗ୍ରାମର ଦୁତୀୟ ଖଣ୍ଡିରେ ଥିବା ସେତୁ ମହାବୀରି ମନ୍ଦିର କମିଟି ପକ୍ଷରୁ ଏକ ଭୋଜିକି ନିମନ୍ତ୍ରଣ କରାଯାଇଥିଲା । ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ଗାଡିରେ ଯାଉଥିବା ସମୟରେ ଗ୍ରାମର ତାରେଣୀ ପୋଖରୀ ନିକଟରେ ଜଣେ ଯୁବକ ହାତ ଦେଖାଇବାରୁ ବିଧାୟକଙ୍କ ଗାଡି ଅଟକାଇଥିଲେ । ସେ ସମୟରେ ସେଠାରେ ଲୁଚିକି ରହିଥବା ୪ରୁ ୫ ଜଣ ଯୁବକ ହଠାତ ରାସ୍ତା ଉପରକୁ ଆସି ବିଧାୟକଙ୍କୁ ଗ୍ରାମକୁ ଯିବାକୁ ବାରଣ କରିବା ସହ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟିତ ହୋଇଥିଲେ । ବିଧାୟକଙ୍କ ଅଙ୍ଗରକ୍ଷୀ ବିରୋଧ କରିଥିଲେ । ଅଙ୍ଗରକ୍ଷୀଙ୍କ ସହିତ ଯୁବକ ମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହି ଖବର ପାଇ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚିବାରୁ ଯୁବକ ମାନେ ପଲାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଗ୍ରାମରେ ଏକ ପ୍ରକାରର ଅଶାନ୍ତି ସୃଷ୍ଟି ହୋଇଛି । କମିଟି ପକ୍ଷରୁ ସତ୍ୟବାଦୀ ଥାନାରେ ଦୁଇ ଜଣ ଯୁବକଙ୍କ ନାମରେ ଅଭିଯୋଗ ହୋଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୩----୭.୧୦
Sakhigopal News,30/7/2023