Breaking News

କାର୍ ରେ ଲିଫ୍ଟ ଦେବା ବାହାନାରେ ଲୁଟ୍. ଦୁଇ ସହଯୋଗୀ ଙ୍କ ସହ ସ୍ବାମୀ - ସ୍ତ୍ରୀ ଗିରଫ



ଭଞ୍ଜନଗର -  ସୁଦୂର ଭିଏତନାମ ରୁ ନିଜ ଗାଁ , ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର କୁ ଫେରିବାକୁ ଆସିକା ବିଜୁପଟ୍ଟନାୟକ ଛକରେ ବସ୍ କୁ ଅପେକ୍ଷା କରିଥିଲେ ଦିଲ୍ଲୀପ କୁମାର ପାତ୍ର । ଏହି ସମୟରେ ଏକ ନାଲି ରଙ୍ଗର କାର୍ ଆସିଲା । କେନ୍ଦୁପଦର ଗାଁ ରେ ପହଞ୍ଚାଇଦେବ କହି ଗାଡ଼ିରେ ବସାଇଲେ ।  ହେଲେ ଗାଁ ରେ ପହଞ୍ଚାଇବା ବଦଳରେ , କେନ୍ଦୁପଦର ଗାଁ ଅତିକ୍ରମ କରି , ଗାଙ୍ଗପୁର ଖଇରପୁଟି ନିକଟ ସିଦ୍ଧେଶ୍ଵରୀ ମନ୍ଦିର ଜଙ୍ଗଲିଆ ରାସ୍ତା କୁ ଯାଇଥିଲା କାରଟି । କାର୍ ରେ ବସିଥିବା ୩ ଅଜଣା ବ୍ୟକ୍ତି ଦିଲ୍ଲୀପ ଙ୍କୁ ନିସ୍ତୁକ ମାଡ଼ ମାରିଲେ । ପାଖରେ ଥିବା ୧ ଲକ୍ଷ ୧୫ ହଜାର ଟଙ୍କା , ଭିସା , ପାସ୍ ଫଟୋ , ଧରିଥିବା ବ୍ୟାଗ୍ କୁ ଛଡ଼ାଇ ନେଲେ ଦୁର୍ବୃତ ମାନେ । ଘଟଣା ଘଟିଥିଲା ଗତ ୧୫ ତାରିଖରେ । ପରଦିନ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କଲେ ଦିଲ୍ଲିପ । ଏନେଇ ଗାଙ୍ଗପୁର ଥାନା ପୋଲିସ ୫୨୮/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା । ପରେ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହେଲା । ଏଥିରେ ସଂପୃକ୍ତ ନିକଟସ୍ଥ ବଡସଆଦରଆ ଗ୍ରାମର ପ୍ରତାପ ବିଷୋୟୀ , ନାରାୟଣ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସସ୍ମିତା ପ୍ରଧାନ ଏବଂ ପଣିବନ୍ଧ ଗ୍ରାମର ରମେଶ ସ୍ବାଇଁ ଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ଠାରୁ ,  ଲୁଟ୍ ହୋଇଥିବା ନଗଦ ୧ ଲକ୍ଷ ୨ ହଜାର ଟଙ୍କା ,  ଏବଂ ବ୍ୟାଗ୍ ଉଧାର କରିବା ସହ , ଘଟଣାରେ ବ୍ୟବହୃତ କାର୍ କୁ ଜବତ କରିଥିଲା ପୋଲିସ ।  ଏହି ଘଟଣା ପରେ ଉଧାର ସମସ୍ତ ଜିନିଷ କୁ ଥାନା ପରିସରରେ ଦିଲ୍ଲୀପ ଙ୍କୁ ହସ୍ତାନ୍ତର କରିଛି ପୋଲିସ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୭/୨୦୨୩----୧୦,୪୫ Sakhigopal News,24/7/2023

Blog Archive

Popular Posts