ଫୁଲବାଣୀ ଜିଲ୍ଲା ଘରୋଇ ବସ ମାଲିକ ସଂଘର ମିଳିତ ବୈଠକ
ଭଞ୍ଜନଗର--ରବିବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ୪ ନମ୍ବର ଜୋନ ର ଉଭୟ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କଳିଙ୍ଗା ଠାରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଟିକାବାଲି ଘରୋଇ ବସ ମାଲିକ ସଂଘ ର ସଭାପତି ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୨୬ ତାରିଖ ଦିନ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ଅନୁସାରେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମପଂଚାୟତ ଓ ଗ୍ରାମାଞ୍ଚଳ କୁ ମୋ ବସ୍ ବା ଲଷ୍ମୀ ବସ ପ୍ରଚଳନ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ଏହା ଦ୍ୱରା ଘରୋଇ ବସ ମାଲିକ ମାନଙ୍କୁ ବ୍ୟାପକ ରୁ ବ୍ୟାପକ କ୍ଷତି ସହିବାକୁ ପଡିବ। ସେମାନେ ବ୍ୟବସାୟ କ୍ଷେତ୍ର ରେ ଅଣ ନିଃଶ୍ୱାସୀ ହୋଇ ବସ ବନ୍ଦ କରିବାକୁ ବାଧ୍ୟ ହେବେ । ଏହାର ପ୍ରତିବାଦ ସ୍ୱରୂପ ରାଜ୍ୟ ସରକାର ଙ୍କୁ ବିଭିନ୍ନ ଦାବି ପତ୍ର ଦେବା ସଙ୍ଗେ ସଙ୍ଗେ ଯଦି ରାଜ୍ୟ ସରକାର ଆମର ଦାବି କୁ ନ ଶୁଣନ୍ତି ତାହେଲେ ଆଗାମୀ ୯ ତାରିଖ ରେ ପୁନର୍ବାର ବୈଠକ ବସି ଧାର୍ଯ୍ୟ ହୋଇଥିବା ଆଗାମୀ ୧୬ ତାରିଖ ଦିନ ରାଜ୍ୟ ସାରା ବସ ବନ୍ଦ କରିବା ପାଇଁ ବାଧ୍ୟ ହେବା ସହିତ ଆବଶ୍ୟକ ସ୍ଥଳେ ରାଜ୍ୟ ର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ କଳା ବ୍ୟାଜ ପିନ୍ଧି ଘରୋଇ ବସ ମାଲିକ ସଂଘ ଆନ୍ଧୋଳନ କରି ରାଜ ରାସ୍ତାକୁ ଓହ୍ଲାଇବ ବାଧ୍ୟ ହେବେ ବୋଲି ନିଷ୍ପତି ନିଆଯାଇଛି । ବର୍ତ୍ତମାନ ବହୁ ଓ.ଏସ ଆର.ଟି.ସି ବସ ମନମୁଖୀ ଭାବେ ଏକ ମିନିଟ ଦୁଇ ମିନଟ ବ୍ୟବଧାନରେ ସରକାର ତାଙ୍କୁ ପରିମିଟ୍ ପ୍ରଦାନ କରିବା ଘରୋଇ ବସ ଆଗ ପଛରେ ଗାଡି ଚାଳନା କରୁଛନ୍ତି । ଏହା ଦ୍ୱରା ବ୍ୟାପକ ରୁ ବ୍ୟାପକ କ୍ଷତି ଘଟୁଛି ଏବଂ ମନ ଇଚ୍ଛା ଭାବେ ଓ.ଏସ ଆର.ଟି.ସି ବସ ର ଗୋଟିଏ ରୁଟ୍ ରେ ପରିମିଟ୍ ଥାଇ ସେହିରୁଟରେ ନ ଚାଲି ତା ଜାଗା ରେ ଦୈନଦିନ ଅନ୍ୟ ପଞ୍ଜିକୃତ ନମ୍ବର ବସ ମନମୁଖୀ ଭାବେ ଯିବା ଆସିବା କରୁଛି। ଏଥିରେ ସରକାର ଙ୍କ ଏନଫୋର୍ସମେଣ୍ଟ ଟିମକୁ ତରଫରୁ କୌଣସି ଯାଞ୍ଚ କରାଯାଉ ନାହିଁ । କିମ୍ୱା ସେମାନଙ୍କ ବିରୋଧରେ ଚାଲାଣ କଟୁ ନାହିଁ । ସରକାର ଯଦି ଏହିଭଳି କାର୍ଯ୍ୟ ଆପଣାନ୍ତି ତାହାଲେ ସଂଘ ବାଧ୍ୟ ହୋଇ ନିକଟସ୍ଥ ଥାନା ର ଏତଲା ଦେଇ ଉକ୍ତ ବସ ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହେବ । ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ଘରୋଇ ବସ ମାଲିକ ସଂଘ ର ସଭାପତି ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ,(ଟୁଲୁ )ଟିକାବାଲି ଘରୋଇ ବସ ମାଲିକ ସଂଘ ର ସଭାପତି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଟିକାବାଲି ଘରୋଇ ବସ ମାଲିକ ସଂଘ ର ସମ୍ପାଦକ କିଟୁ ବାବୁ,ଆସିକା ଘରୋଇ ବସ ମାଲିକ ସଂଘ ର ସଭାପତି ଶ୍ରୀ ସୂଯ୍ୟକାନ୍ତ ପରିଡା,ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପୋଲାଈ,ଭଞ୍ଜନଗର ଘରୋଇ ବସ ମାଲିକ ସଂଘ ର ସମ୍ପାଦକ ଶ୍ରୀ ବିପ୍ର ଚରଣ ବାରିକ,ରବି ପାତ୍ର, ଲୋକନାଥ ପାଢ଼ୀ,ଅକ୍ଷୟ କୁମାର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ପୁଷ୍ଟି,ଇ.ଲୋକନାଥ,ନାଗା ପାଣିଗ୍ରାହୀ, ପ୍ରଭାତ କୁମାର ବାରିକ, ଚନ୍ଦନ ପ୍ରଧାନ, ବିବେକାନନ୍ଦ ମହାପାତ୍ର,ଅନିଲି କୁମାର ପଣ୍ଡା,ପଞ୍ଚୁ ସାହୁ,ଶିବରାମ ପଣ୍ଡା,ଏକ ସହରୁ ଉର୍ଦ୍ଧ ବସ ମାଲିକ ଓ କର୍ମ କର୍ତ୍ତା ଯୋଗ ଦେଇଥିବା । ଉକ୍ତ ସଭା ରେ ଗଞ୍ଜାମ ଓ ପୁଲବାଣୀ ଉଭୟ ଜିଲ୍ଲା ସଂଘ ର କର୍ମକର୍ତ୍ତା ମାନେ ସମସ୍ତେ ସକଳ୍ପ ନେଇଛନ୍ତି ଯେ ଆଗାମୀ ଦିନ ରେ କୌଣସି ନୂତନ ପରିମିଟ୍ କୁ ରୁଟ୍ ଚଲେଇ ଦେବାକୁ ସୁଯୋଗ ନଦେବା ପାଇଁ ନିଷ୍ପତି ନିଆଯାଇଛି ।ଏବଂ ସରକାର ଆମକୁ ଯଦି କ୍ଷତି ପହଞ୍ଚାନ୍ତି ତାହେଲେ ଏକତ୍ରିତ ହୋଇ ତାହାରି ବିରୋଧ ରେ ଲଢେଇ ଜାରି ରହିବ ଏବଂ ଏକତା ଆଗାମୀ ଦିନ ମାନଙ୍କ ରେ ବଜାଇ ରହିବ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୭/୨୦୨୩----୫,୪୫ Sakhigopal News,31/7/2023