ବ୍ରଜପାତ ନେଲା ବାପ ପୁଅ ଙ୍କ ଜୀବନ
କଟକ----ବ୍ରଜପାତ ନେଲା ବାପ ପୁଅ ଙ୍କ ଜୀବନ। ନିଆଳି ଥାନା ଅନ୍ତର୍ଗତ ନିଭରଣ ପଞ୍ଚାୟତର ସୁନିନ୍ଦା ଛକଣିଆ ରାସ୍ତାରେ ଘଟିଛି ଏଭଳି ଏକ ଅଘଟଣ। ଜଗତସିଂପୁର ନାଉଗାଁ ବ୍ଲକର ବାପା ବାଜ ଭୋଇ ଓ ପୁଅ ଉମାନି ଭୋଇ ଙ୍କର ଯାଇଛି ଜୀବନ। ବାପା ନିଆଳି ଅଞ୍ଚଳକୁ ମୂଲ ଲାଗି ଆସିଥିବା ବେଳେ ପୁଅ ବାପାଙ୍କୁ ଘରକୁ ନେବା କୁ ଆସିଥିଲା । ବାପା ଓ ପୁଅ ଘରକୁ ଫେରୁଥିବା ବେଳେ ବାଟରେ ବ୍ରଜପାତ ରେ ଉଭୟଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୩୧/୭/୨୦୨୩----୫,୨୫ Sakhigopal News,31/7/2023