Breaking News

ଲଣ୍ଡାଗାଁ ଖଡ୍ଗ ନଦୀ ରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ ପ୍ରକଳ୍ପ - ମୁଖ୍ୟମନ୍ତ୍ରୀ୧୨୬ କୋଟି ଟଙ୍କା ଅନୁମୋଦନ କଲେ




କନ୍ଧମାଳ --- ବାଲିଗୁଡା ବ୍ଲକ ର ଲାଇଫ ଲାଇନ କୁହାଯାଉଥିବା ଖଡ୍ଗ ନଦୀ ରେ ନିର୍ମାଣ ହେବ ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ l ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ନିକଟରେ ଥିବା ଖଡ୍ଗ ନଦୀ ରେ ଏହି ବୃହତ ଯୋଜନା ର ଅନୁମୋଦନ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ପ୍ରକଳ୍ପ ପାଇଁ 126 କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ବାଲିଗୁଡା ବ୍ଲକ ର ଲଣ୍ଡାଗାଁ, ଖମନଖୋଲ,ସଲାଗୁଡା ପଞ୍ଚାୟତ ସମେତ 14 ଗୋଟି ପଞ୍ଚାୟତ ର ଏକ ଲକ୍ଷ ରୁ ଉର୍ଦ୍ଧ ଜନସାଧାରଣ ଉପକୃତ ହୋଇ ପାରିବେ l ଏଥି ସହ ପ୍ରକଳ୍ପ ଦ୍ୱାରା କନ୍ଧମାଳ ଜିଲ୍ଲା ର ବାଲିଗୁଡା ବ୍ଲକ ସୀମାନ୍ତ ବୌଦ୍ଧ ଜିଲ୍ଲା ର କଣ୍ଟାମାଲ ବ୍ଲକ ଓ ବଲାଙ୍ଗୀର ଜିଲ୍ଲା ର ଗୁଡ଼ଭେଲା ବ୍ଲକ ର ଜନସାଧାରଣ ମଧ୍ୟ ଉପକୃତ ହେବେ l ତେବେ ବାଲିଗୁଡା ବ୍ଲକ ର ଜୀବନରେଖା ଖଡ୍ଗ ନଦୀ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଖଡ୍ଗ ନଡ଼ିଗର୍ଭ ଜଳାଶୟ ପ୍ରକଳ୍ପ କୁ ଅନୁମୋଦନ ପରେ ଖୁସିବ୍ୟକ୍ତ କରିଛନ୍ତି ବାଲିଗୁଡା ବ୍ଲକ ର 14 ଗୋଟି ପଞ୍ଚାୟତ ର ଜନସାଧାରଣ l ମୁଖ୍ୟମନ୍ତ୍ରୀ ଙ୍କ ଏହି ବୃହତ ପ୍ରକଳ୍ପ ଦ୍ୱାରା ଜଳ ସରଂକ୍ଷଣ ସହ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ର ଆବଶ୍ୟକତା ପୂରଣ ସହ ଚାଷ କାର୍ଯ୍ୟ ଓ ଭୂତଳ ଜଲସ୍ତର ବୃଦ୍ଧି ହୋଇପାରିବ ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି l ତେଣୁ ମୁଖ୍ୟମନ୍ତ୍ରୀ ଙ୍କ ଏହି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କୁ ଅନୁମୋଦନ ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ବାଲିଗୁଡା ବ୍ଲକ ର ସମସ୍ତ ଜନସାଧାରଣ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୦/୭/୨୦୨୩---୯,୪୫ Sakhigopal News,20/7/2023

Blog Archive

Popular Posts