୫ଦଫା ଦାବି ନେଇ ନାଇଜର ସାମ୍ନାରେ ଭିମ ଆର୍ମି ପକ୍ଷରୁ ବିକ୍ଷୋଭ
ଜଟଣୀ-: ଠିକ ସମୟରେ ବେତନ ପ୍ରଦାନ, ବଢ଼ିଥିବା ବେତନ ଓ ଏରିୟର ଟଙ୍କା ପ୍ରଦାନ କରିବା, ୨୬ଦିନର କାର୍ଯ୍ୟ ପ୍ରଦାନ କରିବା, ନାଇଜରରେ କାର୍ଯ୍ୟରତ ଥିବା ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି କରିବା। ସଫେଇ କର୍ମଚାରୀଙ୍କୁ କେବଳ ସଫେଇ କାମରେ ନିୟୋଜିତ କରିବା ଓ ୨୫ଶହ ଟଙ୍କା ଠିକାଦାରର ମାସିକ ଦାଦାବଟି ବନ୍ଦ କରିବା ଭଳି ୫ଦଫା ଦାବି ନେଇ ଆଜି ଭୀମ ଆର୍ମି ଭାରତ ଏକତା ମିସନ (ଓଡ଼ିଶା) ପକ୍ଷରୁ ନାଇଜର ଗେଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭୀମ ଆର୍ମି ପକ୍ଷରୁ ଦାବି କରାଯାଇଛି ଯେ, ନାଇଜର ସଂସ୍ଥାରେ ୪ଜଣ କର୍ମଚାରୀଙ୍କୁ ଓରିଏଟାଲ ସିକ୍ୟୁରିଟି ସର୍ଭିସ୍ ସଂସ୍ଥା ଛଟେଇ ପରେ ଏବେ କଟକ ସ୍ଥିତ ରନିଙ୍ଗ୍ ରୁମ୍କୁ ପଠାଇବାକୁ ଯୋଜନା କରିଛନ୍ତି। ତେବେ ଏହାକୁ ସଂଘ ସମ୍ପୂର୍ଣ୍ଣ ବିରୋଧ କରିବା ସହ ନାଇଜରରେ ପୁନଃନିୟୋଜିତ ଦାବି କରୁଛୁ। ନାଇଜରର କୁଳ ସଚିବ ଅଭୟ ନାଏକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ବିକ୍ଷୋଭରୁ ଓହରିଥିଲେ। ବିକ୍ଷୋଭରେ ଭୀମ ଆର୍ମି ରାଜ୍ୟ ଉପ ସଭାପତି ନିହାର ସାମଲ, ଭୁବନେଶ୍ୱର ଆଡଭାଇଜର ଦିବାକର ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁନୀଲ ନାୟକ, ଖୋର୍ଦ୍ଧା ଜିଲ୍ଲା ମହିଳା ସଭାପତି ମମତାରାଣୀ ଦେଇ, ଉପ ସଭାପତି ଦୀପକ ଜେନା, ଖୋର୍ଦ୍ଧା ଜିଲ୍ଲା ମହିଳା ଉପସଭାପତି ମିନାକ୍ଷୀ କାଣ୍ଡୀ, ମୂଳନିବାସୀ ୟୁନାଇଟେଡ ଫୋରମ୍ ଜୋନ ସଭାପତି ମୋନରଞ୍ଜନ ଜେନା, ଜୋନ-୨ ଉପ ସଭାପତି ଖୋର୍ଦ୍ଧା ଜିଲ୍ଲା ଦୀପକ ଭୋଇ ପ୍ରମୁଖ ସାମିଲ ଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୭/୨୦୨୩-----୯,୧୦ Sakhigopal News,18/7/2023