ରାଜନୈତିକ ଛକା ପଞ୍ଝା ଭିତରେ ଜଟଣୀ ଓଭର ବ୍ରିଜ , ଧାର୍ଯ୍ୟ ସମୟ ଭିତରେ କାମ ଶେଷ ହେଲାନାହିଁ
ବର୍ଷା ହେଲେ ଚିନ୍ତାରେ ପଡନ୍ତି ସହର ବାସି l ଏହି ଭୁତଳ ରାସ୍ତାଟି ଅତି ପୁରାତନ ରେଳ ପ୍ରଶାସନ ଦ୍ୱାରା ନିର୍ମିତ l ସେତେବେଳର ଯନ୍ତ୍ରୀ ନିଜର ବୁଦ୍ଧି ଖଟାଇ ବର୍ଷା ଜଳ ନିଷ୍କାସନ ପାଇଁ ବ୍ରିଜର ମଧ୍ୟସ୍ଥଳରେ ଏକ ନାଳ ନିର୍ମାଣ କରିଥିଲେ l ଧୀରେ ଧୀରେ ରକ୍ଷଣା ବେକ୍ଷଣ ଅଭାବରୁ ପୋତି ହୋଇ ଯିବାରୁ ଏଥିରେ ଜଳ ନିଷ୍କାସନ ହୋଇନ ପାରି ଜମା ହୋଇ ରହିଯାଏ l ଫଳରେ ଉଭୟ ପଟରେ ଶହ ଶହ ଗାଡ଼ିମାଟର ସହ ଜନସାଧାରଣ ଅଟକି ରୁହନ୍ତି l ରେଳପ୍ରଶାସନର ଉଦ୍ୟମରେ ଜଳ ନିଷ୍କାସନ ପରେ ଜନସାଧାରଣଙ୍କ ଯାତାୟାତ ସ୍ୱାଭାବିକ ହୋଉଥାଏ l ଜନସାଧାରଣଙ୍କ ବହୁ ଦିନର ଦୁଃଖକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ସ୍ଥାନୀୟ ସୀତାରାମ ଛକ ୟୁନିଅନ ବ୍ୟାଙ୍କ ଠାରୁ କୁଦିଆରୀ ବଜାର ଜନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ୧ କିଲୋମିଟର ବ୍ୟାପି ଫ୍ଲାଏ ଓଭର ବ୍ରିଜର କାମ ଆଜକୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ l ତଥାପି ଓଭର ବ୍ରିଜର ଶ୍ରେୟ ନେବାପାଇଁ ପ୍ରତ୍ୟକ ରାଜନୈତିକ ଦଳର ଚାଲିଛି ଉଦ୍ୟମ l 2024 ନିର୍ବାଚନକୁ ଆଖି ଆଗରେ ରଖି ଶାସକଦଳ ଉଦ୍ଘାଟନକୁ ନିମନ୍ତ୍ରଣ ନ କରିବା ଭୟରେ ସ୍ଥାନୀୟ କଂଗ୍ରେସ ଦଳର ବିଧାୟକ ସୁରେଶ କୁମାର ରାଉତରାୟ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ନ ହେଉଣୁ କିଛି ଦଳୀୟ କର୍ମୀଙ୍କୁ ଧରି ନଡ଼ିଆ ବାଡେଇ ଶୁଭ ଉଦଘାଟନ କରି ବର୍ଷା ସମୟରେ ଭୁତଳ ରାସ୍ତାରେ ପାଣି ଜମିଲେ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିପାରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରି ବିଭିନ୍ନ ମହଲରେ ତଥା ସହରର ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ଠାରେ ହାସ୍ୟର ପାତ୍ର ହୋଇଛନ୍ତି l ଆଉ ଏକ ବିଡମ୍ବନା ବର୍ତ୍ତମାନ ଓଭର ବ୍ରିଜର ନାମକରଣକୁ ନେଇ ଚର୍ଚ୍ଚା ଜୋର ଧରିଲାଣି l ପ୍ରକୃତରେ ଏହି ଓଭର ବ୍ରିଜଟି କୌଣସି ରାଜନୈତିକ ନେତା କିମ୍ବା କୌଣସି ସ୍ବେଛାସେବୀ ସଂଘଠନର ନୁହେଁ l ଏହା ଜଟଣୀ ସମୂହ ଜନସାଧାରଣଙ୍କ ସଂଗ୍ରାମର ଫଳ l ଏହି ବ୍ରିଜ ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅର୍ଥ କୌଣସି ବ୍ୟକ୍ତିଗତ ରାଜନେତା ତଥା ରାଜନୈତିକ ଦଳର ନୁହେଁ l ଏହା ଜନସାଧାରଙ୍କ ଟିକସର ଅର୍ଥ l ତେଣୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଏହାକୁ ଅଯଥାରେ ଉଦଘାଟନ ଏବଂ ନାମକରଣକୁ ନେଇ ରାଜନୀତି କରଣ କରା ନ ଯାଉ l ଏହି ଓଭର ବ୍ରିଜ ଜଟଣୀ ସମୂହ ଜନସାଧାରଣଙ୍କ ଉଦ୍ୟମର ଫଳ ସାର୍ଥକ ହେଉଥିବାରୁ ଏହାର ନାମ ଜଟଣୀ ଫ୍ଲାଏ ଓଭର ବ୍ରିଜ ନାମରେ ନାମିତ କରାଯାଉ l କୌଣସି ବ୍ୟକ୍ତିଗତ ନାମରେ ନାମିତ ନ କରାଯାଉ l ଦରକାର ପଡିଲେ ଏହାକୁ ନେଇ ସରକାରଙ୍କ ଆଗରେ ଉପସ୍ଥାପନା କରାଯିବ ବୋଲି ଜଟଣୀର ବୁଦ୍ଧିଜୀବୀ ମାନେ କହନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୭/୨୦୨୩----୮,୧୦ Sakhigopal News,16/7/2023