Breaking News

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଛତ୍ରପୁର ଜିଲା ପାଳଙ୍କ ଅଫିସ ସମ୍ମୁଖ ରେ ଆମରଣ ଅନଶନ ଦୁଇଦିନ ରେ ପହଞ୍ଚିଲା


 
ନୟାଗଡ--- ଭାରତୀୟ ବିକାଶ ପରିଷଦ, ଆର୍ଯ୍ୟପଲ୍ଲୀ, ଗ୍ରାମ ପଂଚାୟତ  ଶାଖା ତରଫରୁ  ଗତ କାଲି  ଠାରୁ  ଜିଲ୍ଲପାଳ କାର୍ଯ୍ୟାଳୟ ଠାରେ  ଆମରଣ ଅନଶନ  ଦୁତୀୟ ଦିନରେ  ପହଞ୍ଚିଛି । ଆର୍ଯ୍ୟପଲ୍ଲୀ ଗ୍ରାମର ତିନିଜଣ ବ୍ୟକ୍ତି ଶ୍ରୀ ଅକେଲେଶ୍ୱର ଜେନା, ବି କୈଳାସ ଏବଂ  ବି ପାର୍ସୟା  ଶତାଧିକ ଗ୍ରାମ ବାସୀଙ୍କ ସହିତ  ଦିବା ରାତ୍ରି ଅନଶନ କରୁଛନ୍ତି ।  ମୁଖ୍ୟ କାରଣ  1978  ମସିହାଠାରୁ  ଆର୍ଯ୍ୟପାଲି ଗ୍ରାମ ପଞ୍ଚାୟତ  ର ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ, କେ ଆର୍ଯ୍ୟପଲ୍ଲୀ, ଓ କତୁରୀ  ଗ୍ରାମର 1800 ପରିବାରର ପଟ୍ଟା ଜିଲ୍ଲାପ୍ରସନ ଦେଇନାହାନ୍ତି । ଭାରତୀୟ ବିକାଶ ପରିଷଦ  ତରଫରୁ ତା 15.02.22, ତା  25.05.22 ଏବଂ  ତା 17.06.22 ଏବବଂ 6.02.23ରେ ତହସିଲଦାର ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ପଟ୍ଟା ପ୍ରଦାନ ପାଇଁ ପ୍ରତିବାଦ ସଭା ସହିତ  ସ୍ମାରକୀ ପ୍ରଦାନ କରାଯାଇଥିଲା.
  ଶେଷରେ  ତହସିଲଦାର  ଛତ୍ରପୁର  ଦୁଇ ଜଣ ରାଜସ୍ୱ କର୍ମଚାରୀଙ୍କୁ  ମାର୍ଚ୍ଚ, ଏପ୍ରିଲ ଓ ମେ 2023 ରେ ତିନିମାସ ମଧ୍ୟରେ   ବାସ କରୁଥିବା 1800 ପରିବାର ମଧ୍ୟରୁ  1200 ପରିବାର  ସର୍ଜମିନ ତଦନ୍ତ କରିଥିଲେ । ତହସିଲଦାର ଙ୍କ ପତ୍ର ସଂଖ୍ୟା  416 ତା  07.07.23 ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଆର୍ଯ୍ୟପଲ୍ଲୀ ମୌଜାର  ଖାତା ନଂ 47 ଏରିଆ  ଏକ 27.146 କିସମ  ରକ୍ଷିତ ଅନାବାଦୀରେ ରେ  ସମସ୍ତ ପରିବାର  ବାସ କରୁଛନ୍ତି । 1200 ଯାଞ୍ଚ ପରିବାର ମଧ୍ୟରୁ  1047 ପରିବାର   OPLE ACT ପ୍ରକାରେ ବସୁନ୍ଧରା ଯୋଜରେ  ଗୃହ ପଟ୍ଟା ପାଇବା ପଶି ଯୋଗ୍ୟ ଅଟନ୍ତି । କିନ୍ତୁ ଉକ୍ତ ଖାତା   ରେ ଥିବା  ପ୍ଲଟ ଗୁଡିକ ଭାରତୀୟ ବିରଳ ମୂର୍ତ୍ତିକା କମ୍ପାନୀ କୁ ଖଣି ଖନନ  ପାଇଁ ଲିଜରେ ପ୍ରଦାନ କରାଯାଇଛି  । ତେଣୁ ଆଇ ଆର ଆଇ ଠାରୁ  ଏନ ଓ ସି ( NO OBJECTION CERTIFICATE )    ପରେ ପଟ୍ଟା ପ୍ରଦାନ କରାଯାଇପାରିବ କିମ୍ଭା  ଉକ୍ତ ଜମି  ଆଇ ଆର ଆଇ ଠାରୁ  ପ୍ରତ୍ୟାହାର କରାଯାଉ I କିନ୍ତୁ ଆଇ ଆର ଆଇ ଠାରୁ  ଗୋଟିଏ ଧାଡ଼ିର NOC ଆସିବା ପାଇଁ ଜିଲ୍ଲାପାଳଙ୍କୁ କେତେ ଦିନ ଲାଗିବ ତାର ଉତ୍ତର ଦେଇପାରୁନାହାନ୍ତି ।
 ପଟ୍ଟା ନମିଳିବା ଫଳରେ   ଜାତିଗତ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ମିଳିପାରୁନାହିଁ । ଏବଂ  ଝିଅ ବାହାଘର, କିମ୍ଭା ବାପା ମା ଙ୍କ ମୃତ କାର୍ଯ୍ୟକୁ  ଟଙ୍କା ଆବଶ୍ୟକ ବେଳେ ବ୍ୟାଙ୍କରେ ଋଣ ଆଣିପାରୁନାହୁଁ । ତେଣୁ ଭାରତୀୟ ବିକାଶ ପରିସଦ ଆଜିଠାରୁ  ପଟ୍ଟା ପ୍ରଦାନ ପର୍ଯ୍ୟନ୍ତ ଜିଲ୍ଲାପାଳ, ଗଞ୍ଜାମ କାର୍ଯ୍ୟାଳୟ ସମୁଖରେ  ଆମରଣ ଅନଶନ  ଦିବା ରାତ୍ର ଅନିର୍ଦିଷ୍ଠ କାଳ ପର୍ଯ୍ୟନ୍ତ କରିବା ପାଇଁ  ଭାରତୀୟ  ବିକାଶ ପରିଷଦ ଓ ଆର୍ଯ୍ୟପଲ୍ଲୀ ଗ୍ରାମ ବସି ବଧ ପରୀକର ହୋଇଛନ୍ତି।
  ଉକ୍ତ ଆମରଣ ଅନଶନରେ   ଶ୍ରୀ ରାଜେନ୍ଦ୍ର ଦଳବେହେରI, ସମ୍ପାଦକ, ବିବିପି, ଗୁରୁଦେବ ବେହେରା, ବ୍ଲକ ସଭାପତି  ବିବିପି, ଜି ଭୀମ ବେହେରା, ସଭାପତି, ଆର୍ଯ୍ୟପାଲି GP, ବିବିପି ଏମ ଜଙ୍ଗମୟ, ଉପସଭାପତି, ବିବିପି ଆର୍ଯ୍ୟପଲ୍ଲୀ, ଯୋଶଦା କର  ସଂପାଦକ  ବିବିପି ଆର୍ଯ୍ୟପାଲି ଗ୍ରା ପ. ଗୁରୁ ଚରଣ ପାତ୍ର,, ସୁମା ଦାସ ଦଳିତ ନେତା , ମାଗୁଣି ନାହାକ ଚାଷୀ ନେତା  ଉପସ୍ଥିତ ରହିଥିଲେ। 
 ଦ୍ୱତୀୟ ଦିନରେ ମଧ୍ୟ  କୌଣସି ଅଧିକାରୀ  ଅନଶନ ସ୍ଥଳୀଙ୍କୁ ଆସି ଅନଶନକଆରଇ ବା  ପଟ୍ଟା ସମ୍ୱନ୍ଧରେ  ଆଲୋଚନା   କରିବାକୁ  ଆସିନାହାନ୍ତି ।  ପ୍ରୋଟୋକୋଲ ଦୃଷ୍ଟିରୁ  ସ୍ୱାସ୍ଥ୍ୟ ସମ୍ୱନ୍ଧେ ମଧ୍ୟ  ଖବର ନେବାକୁ ଆସିନାହାନ୍ତି ।  ଯାହାକି ଭାରତୀୟ ଅସମ୍ଭିଧନୀକ ଓ ଅଗଣତାନ୍ତ୍ରିକ ଏବଂ  ସମ୍ପୂର୍ଣ ବେନିୟମ ଅଟେ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୭/୨୦୨୩----୯,୪୫ , Sakhigopal News,26/7/2023

Blog Archive

Popular Posts