Breaking News

ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା

 

 


ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ  ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ପର୍ବ ପାଳନ ପାଇଁ ଭଣ୍ଡାର ମେକାପ ଠାକୁରଙ୍କ ଭଣ୍ଡାର ଘରୁ ସୁନାଚିତା କାଡିଥିଲେ ।  ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କୁ ନୁତନବସ୍ତ୍ର ପରିଧାନ କରାଯିବା ସହ ତୁଳସୀ ଓ ଚନ୍ଦନ ଲାଗି କରାଯାଇଥିଲା । ପୁଜାପଣ୍ଡା ସେବକ ମାନେ ଠାକୁରଙ୍କୁ ସୁନା ଚିତାଲାଗି କରାଇଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି  । ସେହିପରି ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ମାନଙ୍କରେ ଚିତାଲାଗି ପର୍ବ ପାଳିତ ହୋଇଯାଇଛି । ଓଡିଆ ମତ ଅନୁସାରେ ଶ୍ରାବଣ ମାସ ଅମାବାସ୍ୟାରେ ନଦୀ ନାଳ ମାନଙ୍କରେ ପାଣି ଆସିବା ସହିତ ଧାନ କ୍ଷେତ୍ରରେ  ପୋକ ଜୋକ ଓ ଗେଣ୍ଡା ରହିଥାନ୍ତି ସେମାନେ ଫସଲ ନଷ୍ଟ କରିଦେଇଥାନ୍ତି । ସେଥିଯୋଗୁ ଚାଷୀ ପରିବାର ମାନେ ଚିତଉ ପିଠା କରି ବିଲରେ ପୂଜା କରିବା ସହ ନଦୀ ରେ ପକାଇ ଗେଣ୍ଡା ମାନଙ୍କର ଶରଣ ନେଇଥାନ୍ତି । ଚିତଉପିଠା କରାଯାଇ ପ୍ରଥମେ ଐଶନ୍ୟ ଓ ଘରର କୁଳ ଦେବତାଙ୍କୁ ଭୋଗ ଲାଗିବା ପରେ ପିଠା ଗେଣ୍ଡାକୁ ପ୍ରଦାନ କରାଯିବାର ପରମ୍ପରା ପ୍ରଥା ଏବେବି ବଞ୍ଜି ରହିଛି  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୭/୨୦୨୩----୭,୨୫   Sakhigopal News, 17/7/2023

Blog Archive

Popular Posts