ଅବକାରୀ ବିଭାଗର ଚଢ଼ାଉ , ୧୫ କିଲୋ ଗଞ୍ଜେଇ ସହ ୨ ବାଇକ୍ ଜବତ :୨ ଗିରଫ
ଭଞ୍ଜନଗର ----୨ଟି ବାଇକ୍ ରେ ଗଞ୍ଜେଇ ଚାଲାଣ ବେଳେ ଭଞ୍ଜନଗର ଅବକାରୀ ଥାନା ପୋଲିସ ର ଚଢ଼ାଉ କରିଛି । ୨ ବାଇକ୍ ସହ ୧୫ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣା ସ୍ଥଳରୁ ୨ ଆସାମୀକୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ ।
ଅବକାରୀ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିଦ୍ଧେର୍ଶକ୍ରମେ ଥାନାଧିକାରୀ ଅଶୁଂମାନ ଜେନା ଙ୍କ ନେତୃତ ଏସଆଇ ଅଲ୍ଲିଭା ମାଝିଙ୍କ ସହଯୋଗରେ ଚଢାଉ କରାଯାଇଥିଲା । ଥାନାଧିକାରୀ ଶ୍ରୀଜେନା ଏସଆାଇ ଶ୍ରୀମତୀ ମାଝି କୈଣସି ସୁତ୍ରରୁ ଖବର ପାଇ , ଖାରିଗୁଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ଛକି ରହିଥିଲେ । କନ୍ଧମାଳ ଜିଲ୍ଲାରୁ ଆସୁଥିବା ଦୁଇଟି ବାଇକ୍ କୁ ଯାଞ୍ଚ ବେଳେ , ସଂପୃକ୍ତ ଚାଲାଣକାରୀ ମାନେ ଧରାପଡିଥିଲେ । ଏନେଇ ଭଞ୍ଜନଗର ଅବକାରୀ ଥାନା କେସଂନଂ ୪୦`୪୪/୨୩ ରେ ଏକ ମାମଲା ରୁଜୁ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ , ଖୋର୍ଦ୍ଧା ଅଞ୍ଚଳର ଅକ୍ଷୟ କୁମାର ଭୂଜବଳ ଏବଂ ଓଡଗାଁ ଥାନା ଅନ୍ତର୍ଗତ ରେହିବଙ୍କା ଗ୍ରାମର ହୃଷିକେଶ ଦଳେଇ । ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ଏଏସଆଇ ନିରଞ୍ଜନ ବେହେରା, ଭୂବନ ବେହେରା. ସିପାହୀ ସନାତନ ନାହାକ,ସୁବଳ ପ୍ରଧାନ,ସ୍ବାଧୀନ ସାହୁ, କୃଷ୍ଣଚନ୍ଦ୍ର ସେଠୀ. ଜଗନ୍ନାଥ ମହାପାତ୍ର ଓ ମଧୁସୂଦନ ଜାନି ପ୍ରମୁଖ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୭/୨୦୨୩---୮,୨୦ Sakhigopal News,20/7/2023