Breaking News

ସତ୍ୟବାଦୀରେ କାଉଡିଆଙ୍କ ଗହଳି, ଡିଜେ ଗୀତ ସାଙ୍ଗକୁ ବୋଲବମ, ହରେ ହରେ ବମ ଡାକରେ ଜାତୀୟ ରାଜପଥ କମ୍ପିଲା

 


ସାକ୍ଷୀଗୋପାଳ---- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବ୍ଳକ ଛକ ସ୍ଥିତ ବାଟମହାବୀର ମନ୍ଦିର ପ୍ରାଙ୍ଗଣରେ ବୋଲବମ ଭକ୍ତ ମାନଙ୍କର ଗହଳି ଦେଖିବାକୁ ମିଳିଛି । ଶ୍ରାବଣ ମାସର ଏହି ସୋମବାର ଦିନ ସଂକ୍ରାନ୍ତି ପଡୁଥବାରୁ ହଜାର ହଜାର କାଉଡିଆ ମାନେ ପୁରୀ ବାବା ଲୋକନାଥଙ୍କ ପୀଠକୁ ପାଣି ନେଇକି ଯାଉଛନ୍ତି ।  ବିଶେଷ କରି ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଭୁବନେଶ୍ୱର- ପୁରୀ ରାସ୍ତା କାଉଡିଆଙ୍କ ପାଇଁ ରାସ୍ତା ଜାମ ରହିଛି । ବିଭିନ୍ନ ଛକ ,ବଜାର ଓ ଜଳଖିଆ ଦେକାନୀ ମାନେ କାଉଡିଆ ମାନଙ୍କ ପାଇଁ ରହଣି ସହିତ ଗାଧୁଆ ପାଡୁଆ ର ବ୍ୟବସ୍ଥା କରିଥିଲେ । ସବୁଠାରୁ ଅଧିକ କାଉଡିଆ ମାନେ ସତ୍ୟବାଦୀ ବ୍ଳକ  କାର୍ଯ୍ୟାଳୟ ଓ ନିକଟସ୍ଥ ବାଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେଇଥିବାର ଦେଖାଯାଇଥିଲା । ଏହି ପାଳିରେ ପାଗ ବହୁତ ଭଲ ଥିବାରୁ କାଉଡିଆ ମାନେ ପୁରୀ ଅଭିମୁଖେ ଯାଉଥିଲେ । ଆଜି ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଦଳ ଦଳ ହୋଇ କାଉଡିଆ ମାନେ ବୋଲବମ, ହରେ ହରେ ବମ ଡାକଦେଇ ରାସ୍ତାରେ ଚାଲୁଥିବା ବେଳେ ଅନ୍ୟ କେତକ କାଉଡିଆ ମାନେ ସାଙ୍ଗରେ ଆଣିଥିବା ଗାଡିରେ ବକ୍ସ ଲଗାଇ କାଉଡିଆ ର ବିଭିନ୍ନ ଗୀତ ବଜାଇ କାନ୍ଦରେ ପାଣି ଭାର ଥୋଇ ଗୀତର ତାଳେ ତାଳେ ରାସ୍ତାରେ ନାଚି ନାଚି ମହିଳା, ଯୁବକ ମାନେ ଯାଉଥିବାର ଦେଖାଯାଇଥିଲା । ଏହି ପାଳିରେ ବହୁ ସଂଖ୍ୟାରେ ମହିଳା ଓଯୁବତୀ ମାନେ ଦଳ ଦଳ ହୋଇ ଯାଉଥିବାର ଦେଖାଯାଇଛି ।   ସେହିପରି ଚନ୍ଦନପୁର ଭାର୍ଗବୀ ନଦୀର ଗଙ୍ଗାନାରାୟଣପୁର ଘାଟରୁ  ଶହ ଶହ କାଉଡିଆ ଭକ୍ତ ମାନେ ପାଣି ଉଠାଇଥିବାର ଦେଖାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୩---୮,୧୦   Sakhigopal News , 16//7/2023

Blog Archive

Popular Posts