Breaking News

ଉଦ୍ଧାର ହରିଣର ମୃତ



ଭଞ୍ଜନଗର-ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧୀନ ମୁଜାଗଡ ସେକସନର ଗାଲେରୀ ସଂରକ୍ଷିତ ଭାଗ ୯ ରେ ହରିଣ ଛୁଆଟି ବୁଲୁଥିବା ବେଳେ କୁକୁର ହାବୁଡ଼ରେ ପଡ଼ି ଯାଇଥିଲା । କୁକୁର ମାନେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ହରିଣଟି ଦଉଡି ଆସି ମୁଜାଗଡ ଡାକ୍ତରଖାନା ପରିସରକୁ ପଶିଯାଇଥିଲା ।  ସ୍ଥାନୀୟ ଲୋକେ ହରିଣକୁ ଉଦ୍ଧାରକରି ସ୍ଥାନୀୟ ବନ ବିଭାଗକୁ ଖବର ଦେବା ପରେ ସ୍ଥାନୀୟ ବନପାଳ କେ, ଚନ୍ଦ୍ରମଣି ଦୋରା  ଓ ବନରକ୍ଷୀ ଶୁଭସ୍ଥିତା ଦାଶ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଧାର କରିଥିଲେ । ତୁରନ୍ତ ହରିଣକୁ ପଶୁ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା ।ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।ହରିଣର ମୃତଦେହକୁ ରବିବାର ବ୍ୟବଛେଦ ପରେ ମୁଜାଗଡ କାର୍ଯ୍ୟାଳୟ ପରିସରେ ପୋତା  ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୭/୨୦୨୩----୯,୫୫ Sakhigopal News,29/7/2023

Blog Archive

Popular Posts