କାରର୍ଗିଲ ବିଜୟର ୨୪ ତମ ବିଜୟ ଦିବସ ପାଳିତ
ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବୁଢାକେରା ଗ୍ରାମରେ ୩ ଦିନ ଧରି ୨୪ତମ କାରର୍ଗିଲ ବିଜୟ ଦିବସ ସ୍ମୁତିକୁ ଆଜିର ଯୁବପିଢୀ ମନେ ରଖିବା ପାଇଁ ଡ ଅଭୟ ମିଶ୍ର ସ୍ମାରକୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ସମସ୍ତ ସଭ୍ୟ ତଥା ବୟୋଜ୍ୟେଷ୍ଠ ବ୍ଯକ୍ତି ଙ୍କ ସହିତ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଭାରତମାତା କି ଜୟ, ବନ୍ଦେମାତରଂ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ରିଡା ପ୍ରତିଯୋଗିତା ସହିତ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିର ରେ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଓଡ଼ିଶା ରକ୍ତଦାନ କେନ୍ଦ୍ର ପୁରୀଙ୍କ ପକ୍ଷରୁ ଡ ଦୀପକ ସାହୁ ଓ ତାଙ୍କ ସହଯୋଗୀ ମାନେ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ବିଦ୍ଯାଳୟ ପରିସରରେ ଆୟୋଜିତ ୧୯୯୯ କାର୍ଗିଲ ଅପରେସନ ବିଜୟର ୨୪ ତମ ସ୍ମୁତିଚାରଣ ସଭା ରେ ଭାରତୀୟ ୫୨୪ ଜଣ ସହିଦ ଯବାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସ୍ମୁତିଚାରଣ ସଭାରେ ବିଦ୍ଯାଳୟ ର ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷାବିତ ରମେଶଚନ୍ଦ୍ର ମାଝି, କୈଳାସ ଚନ୍ଦ୍ର ମହାପାତ୍ର, ରଣଜିତ ରାଉତରାୟ, ଅନୁଷ୍ଠାନର ସଭାପତି ପବିତ୍ର କୁମାର ପରିଡ଼ା, ଉପସଭାପତି ପ୍ରଫୁଲ କୁମାର ପରିଡ଼ା, ସମ୍ପାଦକ ହାପି ଓଝା ଓ ସମସ୍ତ ସଭ୍ଯ ସଭ୍ଯା ମାନେ ଉପସ୍ଥିତ ରହିଥିଲେ । ଦୁର୍ଯ୍ୟୋଧନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ଯବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୭/୨୦୨୩----୫,୨୫ Sakhigopal News,27/7/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୭/୨୦୨୩----୫,୨୫ Sakhigopal News,27/7/2023