ଅଳଗୁମ ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି, ଏହାକୁ ନେଇ ଅସନ୍ତୋଷ ପ୍ରକାଶ
ସାକ୍ଷୀଗୋପାଳ-----ସାକ୍ଷୀଗୋପାଳ- ଅଳଗୁମ- ଡେଲାଙ୍ଗ ପିଡ୍ୟୁ ବିଭାଗ ରାସ୍ତାରେ ଏବେ ବର୍ଷା ପାଣି ନିଷ୍କାସନ ନ ହୋଇ ପାରିବାରୁ ବର୍ଷା ପାଣି ଲହଡି ମାରୁଛି । ବିଭାଗୀୟ ଦ୍ୱାରା ରାସ୍ତା ତିଆରି କରାଯିବା ସମୟରେ ପାଣି ନିଷ୍କାସନ ପାଇଁ ଏକ ଘୋଷଡା କରାଯାଇଥିଲା ।ସାକ୍ଷୀଗୋପାଳ ମନ୍ଦିର ପଛ ବକୁଳବନ ନିକଟରେ କାହିଁ କେଉଁ କାଳରୁ ବର୍ଷା ପାଣି ନିର୍ଷାସନ ପାଇଁ ନିଷ୍କାସନର ବାଟ ଥିଲା । ଯାହା ଫଳରେକି ହାଇସ୍କୁଲ ପଛପଟ ପାଣି, ମନ୍ଦିର ନିକଟ ଓ ସିଦ୍ଧବଳରାମ ମନ୍ଦିର ରାସ୍ତାର ବର୍ଷା ପାଣି ଏହି ଘୋଷଡା ଦେଇ ହାଇସ୍କୁଲ ଖେଳପଡିଆ ଦେଇ କେତକୀଝର ପୋଖରୀକୁ ଯାଉଥିଲା । ଏବେ ସେହି ଘୋଷଡା ସମ୍ମୁଖ ଭାଗରେ ଓଡିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସହିତ ମୁଖ୍ୟ ପ୍ରବେଶ ନିର୍ମାଣଧୀନ ରହିଛି । ଯାହା ଫଳରେକି ପାଣି ସେହି ଘୋଷଡାରେ ଦୁଇ ରୁ ତିନି ଫୁଟ ଉଚ୍ଚରେ ପାଣି ଲୌଡି ମାରୁଛି । ପାଣି ନିଷ୍କାସନର କୌଣସି ବାଟ ନାହିଁ । ସମସ୍ତ ବାଟ ଏବେ ବନ୍ଦ ହୋଇଯାଇଛି । ଏହି ରାସ୍ତା ଦେଇ ସତ୍ୟବାଦୀ ବ୍ଳକର ଶୁକଳ, ଚୁରାଳି, ଅଳଗୁମ, ମଧୁବନ, ନରେନ୍ଦ୍ରପୁର, ନୂଆସମେଶ୍ୱରପୁର, ବୀରରାମଚନ୍ଦ୍ରପୁର, ଦାସବିଦ୍ୟାଧରପୁର, ସାଣ୍ଢରାଶାସନ, ସହିତ ଡେଲାଙ୍ଗ ବ୍ଳକର ପ୍ରାୟ ୪ଗୋଟି ପଞ୍ଚାୟତ ଓ କଣାସ ବ୍ଳକର ଲୋକମାନେ ଏହି ରାସ୍ତା ଦେଇ ପ୍ରତିଦିନ ଯାଇଥାନ୍ତି । ଛୋଟ ପିଲାଙ୍କ ଠାରୁ କଲେଜ, ଅଫିସକୁ ପ୍ରତିଦିନ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରାସ୍ତାଦେଇ ଯିବା ଆସିବା କରିଥାନ୍ତି । ପାଣି ଯୋଗୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି । ଅନ୍ୟ ପକ୍ଷେ ଏହି ରାସ୍ତା କରରେ ପାନୀୟ ଜଳ ଯୋଗାଣ ପାଇଁ ଗୋଡି ସିମେଣ୍ଟ ଡଳେଇ ରାସ୍ତା ଖୋଳାଯାଇଛି । ପିଲାମାନେ ପାଣିରେ ଗଲେ ଚପଲ ଓ ପ୍ୟାଣ୍ଟ ଓଦା ହୋଇଯିବ ବୋଲି ରାସ୍ତା କରରେ ଯିବା ସମୟରେ ଖୋଳା ଯାଇଥିବା ଗୋଡି ସିମେଣ୍ଟ ଉପରେ ପଡି ଦୁର୍ଘଟଣାର ଶୀକାର ହେଉଛନ୍ତି । େ ଓଡିଆ ବିଶ୍ୱିବିଦ୍ୟାଳୟ ଉଦଘାଟନ ହେବା ଆଗରୁ ବର୍ଷା ପାଣିର ନିଷ୍କାସନର ବାଟ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୭/୨୦୨୩---୭,୨୫ Sakhigopal News, 22/7/2023