Breaking News

ଭିନ୍ନକ୍ଷମ ଙ୍କ ଉପରେ ଏକ ଦିବସୀୟ ଶିକ୍ଷକ ଓ ଅଭିଭାବକ ସଚେତନ କାର୍ଯ୍ୟକ୍ରମ



 
କଟକ ----- ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଡମପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ  ଉନାଇଟେଡ଼ ବିଦ୍ୟାପୀଠ କ୍ଲଷ୍ଟର  ସରକାରୀ ପ୍ରାଥମିକ ବିଦ୍ୟାଳୟ କୁସୁପଙ୍ଗି ଠାରେ ଏକ ଦିବସୀୟ ପିତାମାତା ଓ ଶିକ୍ଷକ ଙ୍କୁ ନେଇ ଭିନ୍ନକ୍ଷମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ସିଆରସିସି ଶ୍ରୀ ମନୋରଞ୍ଜନ ବେଉରା ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଡମପଡା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ଓ ଶ୍ରୀମତୀ ଜୟନ୍ତୀ ବିଶ୍ୱାଳ ଯୋଗ ଦେଇଥିଲେ | ସମ୍ବଳ ଶିକ୍ଷକ ଭାବେ ଶ୍ରୀମତୀ ଲିମା ମହାପାତ୍ର,ୟୋତିର୍ମୟୀ ମହାପାତ୍ର,ମନୋରଞ୍ଜନ ସାହୁ, ମହେଶ୍ୱର ଦଳେଇ, କାମିନୀ କୁମାରୀ ସ୍ୱାଇଁ, ସୁରେଶ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ସଚେତନ କରାଇଥିଲେ  | ଉକ୍ତ କାର୍ଯ୍ୟକ୍ରମ ରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଭିନ୍ନକ୍ଷମ ଶିକ୍ଷାର୍ଥୀ ଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ | ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନେ କିଭଳି ସାଧାରଣ ଶିକ୍ଷାର୍ଥୀ ଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ପାଇବେ ତାହା ଅଭିଭାବକ ମାନଙ୍କୁ ଅବଗତ କରାଯାଇଥିଲା | ଏଥିରେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନିରଞ୍ଜନ ବେହେରା, ସୁଜାତା ସ୍ୱାଇଁ, ଶର୍ମିଲା ଦେଇ, ଇପ୍ସିତାରାଣୀ ବେଉରା ଓ ସରସ୍ବତୀ ବେଉରା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ | ଶେଷରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୧/୭/୨୦୨୩-----୧୦,୨୫ Sakhigopal News,21/7/2023

Blog Archive

Popular Posts