Breaking News

ବାତଜ୍ୱର ଓ କୁଷ୍ଠରୋଗ ସମ୍ପର୍କରେ ଏକ ସଚେତନତା ଶିବିର

 


ସାକ୍ଷୀଗୋପାଳ---- ଲେପ୍ରା ସୋସାଇଟି ପକ୍ଷରୁ ଗ୍ରାମ ମାନଙ୍କରେ ଅବହେଳିତ ହୋଇ ରହିଯାଉଥିବା କୁଷ୍ଠ ଓ ବାତଜ୍ୱର ରୋଗୀ ମାନଙ୍କୁ ସଠିକ ଭାବେ ଚିହ୍ନଟ କରିବା ସହ ଚିକିତ୍ସା କରିବା ଲକ୍ଷ୍ୟ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ସଦର ବ୍ଳକ ଅନ୍ତର୍ଗତ ବୀରହରେକୃଷ୍ଣପୁର ପଞ୍ଚାୟତର ବାତ୍ୟା ଆଶ୍ରୟ ସ୍ଥଳୀରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ବିଭିନ୍ନ ୱାର୍ଡର ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ ।  ସ୍ଥାନୀୟ ସରପଞ୍ଚ ଧରିତ୍ରୀ ଜେନା, ସମିତିସଭ୍ୟ ଅଜୟ କୁମାର ପ୍ରଧାନ ଓ ଲେପ୍ରା ସୋସାଇଟିର ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. ଗଗନବିହାରୀ ଆଚାର୍ଯ୍ୟ ଯୋଗ ଦେଇ ରୋଗର ଲକ୍ଷଣ ଓ ନିରାକରଣ ଉପରେ ପରାମର୍ଶ ଦେଇଥିଲେ । ଏଥିରେ ଲେପ୍ରା ସୋସାଇଟିର ପ୍ରୋଜେକ୍ଟ ଅଧିକାରୀ ମନ ମୋହନ ମିଶ୍ର ଓ ବ୍ଳକ ସ୍ୱାସ୍ଥ୍ୟ ପରାମର୍ଶ ସଂଯୋଜିକା ସସ୍ମିତା ବରାଳ, ଅରୁଣ କୁମାର ଦାଶ ଯୋଗ ଦେଇଥିଲେ । ଉକ୍ତ ରୋଗୀ ମାନଙ୍କୁ ଲୋପ୍ରା ସୋସାଇଟି ପକ୍ଷରୁ ପ୍ରତି ଗ୍ରାମ ପଞ୍ଚାୟତରେ ଏହି ରୋଗ ନିରାକରଣ କରିବା ସହ ଏହାର ଚିକିତ୍ସା କରିବା ପାଇଁ ସହଯୋଗ କରି ଆସୁଛି ବୋଲି ବ୍ଳକ ସ୍ୱାସ୍ଥ୍ୟ ପରାମର୍ଶ ସଂଯୋଜିକା ସସ୍ମିତା ବରାଳ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,  ୨୩/୭/୨୦୨୩---୭,୧୦   Sakhigopal News, 23/7/2023

Blog Archive

Popular Posts