Breaking News

ବିଷାକ୍ତ ଛତୁ ଖାଇ ସାତ ଜଣ ଅସୁସ୍ଥ

 
କନ୍ଧମାଳ ---- ବାଲିଗୁଡା ସାତ ନମ୍ବର ୱାର୍ଡ ର ନୁଆସାହି ର ଗୋଟିଏ ପରିବାର ର ସାତ ଜଣ ଅସୁସ୍ଥ ହୋଇଛନ୍ତି l ସୂଚନା ଅନୁଯାୟୀ ନୁଆସାହି ର ମଳିକ ନାୟକ ଙ୍କ ପରିବାର ଜଙ୍ଗଲ ରୁ ଆଣିଥିବା ଛତୁ ରୋଷଇ କରି ଖାଇଥିଲେ l ପରିବାର ଲୋକେ ଛତୁ ଖାଇବା ପରେ ହଟାତ ଜଣକ ପରେ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ l ସମସ୍ତେ ଅସୁସ୍ଥ ହୋଇ ପଡିବା ପରେ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତି ହୋଇଥିଲେ l ତେବେ ସାତ ଜଣ ଙ୍କ ମଧ୍ୟରୁ ତିନି ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୭/୨୦୨୩----୯,୫୫ Sakhigopal News,29/7/2023


Blog Archive

Popular Posts