Breaking News

ପିଅନ ପାଉଛନ୍ତି ମାସିକ ଦରମା ୩୦୦ ଟଙ୍କା



ଜଟଣୀ ---- ଆଜିର ଦିନରେ ପିଅନ ପାଉଛନ୍ତି ମାସିକା ଦରମା ୩୦୦ ଟଙ୍କା ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ l ଏଭଳି ଏକ ଅବିଶ୍ୱସନୀୟ ଘଟଣା ଅବଲୋକନ କଲେ ଜଣାଯାଇଛି । ଜଟଣୀ ପଞ୍ଚାୟତ ସମିତି ଅନ୍ତର୍ଗତ ଛଣଘର ପଞ୍ଚାୟତରେ ଅବସ୍ଥାପିତ ରାକେଶ କୁମାର ନାୟକଙ୍କ କ୍ଷେତ୍ରରେ l ଶ୍ରୀ ନାୟକ ଦୀର୍ଘଦିନ ଧରି ଏହି ପଞ୍ଚାୟତରେ ପିଅନ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଆଜିକା ତାରିଖରେ ଦିନକୁ ଦଶଟଙ୍କାରେ କାର୍ଯ୍ୟ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ଯଦିଓ ସରକାର ଏକ ସାଧାରଣ ମୂଲିଆଙ୍କ ମଜୁରି ସର୍ବନିମ୍ନ ୪୦୦ ଟଙ୍କା କରିଛନ୍ତି l ଏ ସମ୍ପର୍କରେ ଏକ ସୂତ୍ରରୁ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚେଷ୍ଟା କରାଯାଇଥିବା ବେଳେ ଆଜକୁ ଦୁଇବର୍ଷ ପୂର୍ବରୁ ପଞ୍ଚାୟତର ଆୟ ସେଭଳି କିଛି ନଥିଲା । କିନ୍ତୁ ବର୍ତ୍ତମାନ ଅବସ୍ଥା ଆଉ ସେଭଳି ରହିନାହିଁ । ଦୋକାନ ଭଡ଼ା, କଲ୍ୟାଣ ମଣ୍ଡପ, ବିଦ୍ୟୁତ ସଂଯୋଗ ଭଳି ବିଭିନ୍ନ ପ୍ରକାରର ଆୟର ପନ୍ଥା ବୃଦ୍ଧି ପାଇଛି l ତେଣୁ ନିୟମ ଅନୁସାରେ କାର୍ଯ୍ୟରତ ପିଅନଙ୍କ ଦରମା ଅତି କମରେ ମାସିକ ୬ ହଜାର ଟଙ୍କା ବୃଦ୍ଧି କରାଯିବା କଥା l ହେଲେ ଏଭଳି କ୍ଷେତ୍ରରେ କିପରି ବିଚ୍ୟୁତି ଘଟୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଅପରପକ୍ଷେ ଘୋର ଅଭାବ ମଧ୍ୟରେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଥିବା ରାକେଶ ବାରମ୍ବାର ପଞ୍ଚାୟତ ପ୍ରତିନିଧି ଙ୍କୁ କହି କହି ଥକିବା ପରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ନିବେଦନ କଲାପରେ ଅତିରିକ୍ତ ଜିଲ୍ଲାପାଳ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଥିଲେ l ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉଛି ନା ଧୂଆଁ ବାଣରେ ସୀମିତ ରହୁଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୭/୨୦୨୩----୮,୫୫ Sakhigopal News 17/7/2023

Blog Archive

Popular Posts