Breaking News

ନିଟ ପ୍ରବେଶିକା ପରୀକ୍ଷାରେ ଛାତ୍ର ଆଶୁତୋଷଙ୍କ ସଫଳତା

 
 ନୟାଗଡ---     ଡାକ୍ତରୀ ପାଠ୍ଯକ୍ରମରେ ନାମ ଲେଖାଇବା ନିମନ୍ତେ ସର୍ବ ଭାରତୀୟ ସ୍ତରରେ ଆୟୋଜିତ ନିଟ-୨୦୨୩ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି  ଖଣ୍ଡପଡ଼ା ସହରର ଛାତ୍ର ଆଶୁତୋଷ ସିଂହସାମନ୍ତ। ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ଆଶୁତୋଷ । ନିଟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ  ହୋଇ  ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁବିର୍ଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ପାଠ  ପଢିବା ପାଇଁ ଯୋଗ୍ଯ ବିବେଚିତ ହୋଇଥିବା ଜଣାପଡିଛି। କଠିନ ପରିଶ୍ରମ, ଦୃଢ ଆତ୍ମବିଶ୍ୱାସ, ଶିକ୍ଷକ ଙ୍କ  ପ୍ରେରଣା ଓ ପରିବାରବର୍ଗଙ୍କ ଆର୍ଶୀବାଦ ଯୋଗୁଁ ସଫଳତାର ଶିର୍ଷରେ ସେ ପହଞ୍ଚି ପାରିଛନ୍ତି ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଏହି ବିଶେଷ ସଫଳତା ହାସଲ କରିଥିବା ଆଶୁତୋଷଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଛାତ୍ର ଆଶୁତୋଷ ଖଣ୍ଡପଡ଼ା ସହରର ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତଙ୍କ ଏକମାତ୍ର ପୁତ୍ର ଅଟନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୧/୭/୨୦୩୪---୮,୪୫ Sakhigopal News,31/7/2023

Blog Archive

Popular Posts