Breaking News

ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ କର୍ମ ଘେନି ଫଳ, ପୁସ୍ତକ ଉନ୍ମୋଚିତ



ସାକ୍ଷୀଗୋପାଳ -----  ନୀଳଚକ୍ର ପ୍ରକାଶନ ବୋଳକଣା ,ଡେଲାଙ୍ଗ ପକ୍ଷରୁ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଦ୍ୱାରା ଚରିତ ପୁସ୍ତକ କର୍ମ ଘେନି ଫଳ ସାକ୍ଷୀଗୋପାଳ ମନ୍ଦିରର ସିଂହଦଦ୍ୱାର ନିକଟରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକ ଉନ୍ମୋଚିତରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତିକ ସମ୍ମାନ ପ୍ରାପ୍ତ ସାରସ୍ୱତ ସାଧକ ତଥା ବନ୍ଦନା ପତ୍ରିକାର ସମ୍ପାଦକ ଶ୍ରୀରବୀନ୍ଦ୍ର ନାଥ ଷଡଙ୍ଗୀ ପୁସ୍ତକଟି ଉନ୍ମୋଚନ କରି କହିଥିଲେ ଯେ ସାହିତ୍ୟ ବଞ୍ଚିଲେ ସମାଜ ବଞ୍ଚିବ । ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଗୋଟିଏ ମାଧ୍ୟମ ବିଭିନ୍ନ ପତ୍ର ପତ୍ରିକା ପ୍ରକାଶିତ ହେବା ସହିତ ପାଠକ  ପାଠିକା ମାନଙ୍କ ଦ୍ୱାରା ଗ୍ରହଣୀୟ ହେବା ଦରକାର । ଏହି ପୁସ୍ତକଟି ସମସ୍ତଙ୍କ ମନକୁ ଛୁଇଁବା ପରି ଲେଖା ରହିଛି ବୋଲି  କହିବା ସହ ଶିକ୍ଷାବିତ ଶ୍ରୀ ପାଢ଼ୀଙ୍କ ଲେଖିନୀ ମୁନ  ଆଜିର ପିଢ଼ିଙ୍କ ପାଇଁ ସେହିପରି ଲେଖା ସୃଷ୍ଟି କରୁବୋଲି ଶ୍ରୀ  ଷଡଙ୍ଗୀ କହିଥିଲେ ।  ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ତଥା କବୟତ୍ରୀ ବନ୍ଦନା ମହାପାତ୍ର, ଶିକ୍ଷୟତ୍ରୀ  ତଥା ସୁଜତା ଦେବୀ, ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର, ସାକ୍ଷୀଗୋପାଳ ମନ୍ଦିର ସୁପରଭାଇଜର ତଥା ସେବକ ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶିଶୁ ସାହିତ୍ୟକ, ପ୍ରକୃତିମିତ୍ର ତଥା ଆଇନଜୀବୀ ହୃଷିକେଶ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳ ଧୀରେନ୍ଦ୍ର ନାଥ ଷଡଙ୍ଗୀ, ୨୯/୭/୨୦୨୩---୭,୧୦

Blog Archive

Popular Posts