Breaking News

୭୭ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ପାଇଁ ବୈଠକ



ଭଞ୍ଜନଗର ---- ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଶ୍ରୀ ରାୟ ସମସ୍ତ ସଭ୍ୟ  ସଭ୍ୟା ଙ୍କର ସହ ଯୋଗ କାମନା କରିବା  ସହିତ  ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ l ଅଗଷ୍ଟ  15 ତାରିଖ ଦିନ ପ୍ରତ୍ୟୁଷ ଘ 5 :00ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହରରେ ରାମଧୁନ ପରିବେଷଣ କରାଯିବ l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ 7:30ମି ରେ ପତାକା ଉତ୍ତୋଳନ କରିବେ l ସକାଳ ଘ 9.15ମି ରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ )ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପ୍ୟାରେଡ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ l   ପ୍ୟାରେଡ ଅଭ୍ୟାସ ଆସନ୍ତା 11,12ଦୁଇଦିନ ଧରି ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି l ଏହି ପ୍ରସ୍ତୁତି ବୈଠକ ରେ ଭଞ୍ଜନଗର ବିଜ୍ଞାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ  ଗୌରବ  କର, ଆର.ଟି ଓ. ଶ୍ରୀ ଶୁଭେନ୍ଦୁ ରାୟ,ଏନ୍.ସି.ସି ଅଫିସର କେ.ଏ ସ.ୟୁ  ବି କଲେଜ, ଏମ ପି ପ୍ରତିନିଧି  ପଞ୍ଚାନନ ପାଳ,ସମାଜ  ସେବି ଶୁଳପାଣି ଶତପଥୀ,ସମ୍ପାଦକ  ବଣିକ ସଙ୍ଘ  ସୁଶାନ୍ତ କୁମାର ମହାପାତ୍ର, ଶ୍ରୀ ମୁରଲୀ ଧର ପଣ୍ଡା,ଶ୍ରୀ ଜଗଦୀଶ  ପାଣିଗ୍ରାହୀଙ୍କ ସହ  ସମସ୍ତ ସାମ୍ବାଦିକ,ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର  ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନା ଲୋକ  ସମ୍ପର୍କ ବିଭାଗର ପ୍ରଦୀପ କୁମାର ପାତ୍ର ଓ ତାରିଣିସାହୁ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମାଜସେବୀ ଶ୍ରୀ ଶୁଳପାଣି ଶତପଥୀ  ଧନ୍ୟବାଦ  ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୭/୨୦୨୩----୯,୩୫ Sakhigopal News,25/7/2023

Blog Archive

Popular Posts