ବାଲିଗୁଡା ପୋଲିସ ଜଙ୍ଗଲ ରୁ ୩୦୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ବାଲିଗୁଡା ----ପୁଣି ଏକ ବଡ଼ ସଫଳତା ମିଳିଛି ବାଲିଗୁଡା ପୋଲିସକୁ। ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ତେମାଙ୍ଗି ନିକଟ ଜଙ୍ଗଲ ରୁ 302କିଲୋ ବେଆଇନ ଗଞ୍ଜେଇ ବାଲିଗୁଡା ପୋଲିସ ଜବତ କରିଛି । ଏହି ବେଆଇନ ଗଞ୍ଜେଇ ଚାଲାଣ ପାଇଁ ସେଠାରେ ଥିବା ପାଞ୍ଚ ଜଣ ବ୍ୟକ୍ତି ଘଟଣା ସ୍ଥଳ ରୁ ଗଞ୍ଜେଇ ବସ୍ତା ଛାଡି ପୋଲିସ କୁ ଦେଖି ଜଙ୍ଗଲ ପଟେ ଦୌଡ଼ି ପଳାଇଥିଲେ । ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡା ପୋଲିସ ତେମାଙ୍ଗି ଅଞ୍ଚଳ ରେ ପେଟ୍ରୋଲିଙ୍ଗ ସମୟ ରେ ବହୁ ପରିମାଣ ର ଗଞ୍ଜେଇ ଠାବ କରି ଥିଲା । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ କୋଡିଏ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ । ବାଲିଗୁଡା ଥାନା କେସ 175/23 ରେ ଏକ ମାମଲା ରୁଜୁ କରାଯାଇଛି । ବାଲିଗୁଡା ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୭/୨୦୨୩---୭,୩୫ Sakhigopal News,16/7/2023