Breaking News

ସାମ୍ବାଦିକ ଙ୍କ ଅସାମାଜିକ ଲିଙ୍କ, ରାତି ଅଧରେ ଫୋନ ରେ କରୁଛନ୍ତି ଗାଳିଗୁଲଜ


ବାଙ୍କୀ, କଟକ  ------
ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ ରାତି ଅଧରେ କିଛି ଅସାମାଜିକ, ମଦୁଆ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି  |  ଏହା କିଛି ଅସାମାଜିକ ଯୁବକ ଓ ତାଙ୍କର ଅସାଧୁ ସହଯୋଗୀ ତଥା  ବଡ଼ ସାମ୍ବାଦିକ ବୋଲାଉଥିବା  ସାମ୍ବାଦିକଙ୍କ ପ୍ରରୋଚନା ରେ ହଉଥିବା ଏବେ ବିଶେଷ ସୂତ୍ର ରୁ ଜଣା ପଡିଛି | ସୂଚନା ଥାଉକି ଗତ ତିନି ଦିନ ତଳେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କୁ ବିଳମ୍ବିତ ରାତିରେ ଫୋନ କରିବା ସହ କାହିଁକି ଆମ ଭାଇ ଙ୍କ ନାଁ ରେ ଖବର ବାହାର କରିଛ କହି ଜୀବନ ରୁ ମାରି ଦେବାକୁ ଧମକ ଦେବା ସହ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଛନ୍ତି | ଏବଂ ଫୋନ ଆସିଥିବା ନଂ 9321908242 ଟି ବାଙ୍କୀ କାଲିପୋଇ ଅଞ୍ଚଳ ର ଦିଲୁ ପରିଡା ଙ୍କ ର ବୋଲି ସୂଚନା ମିଳିଛି | ଏବଂ ସେ ନିଜେ ଫୋନ ରେ ନିଜକୁ ଗିରିଶ ନାମ ରେ ପରିଚୟ ଦେଇ ଗାଳି ଗୁଲଜ କରିଥିଲେ | ଏହାର ଅଡିଓ କଲ ରେକର୍ଡ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି | ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ ସାମ୍ବାଦିକ ଙ୍କୁ ରାତି ଅଧରେ ଜଣେ ଅସାଧୁ ସାମ୍ବାଦିକ କିଛି ଅସାମାଜିକ ମଦ୍ୟପ ବ୍ୟକ୍ତି ଙ୍କୁ ଧରି ଏଭଳି ଧମକ ଦେଇପାରୁଛନ୍ତି ତେବେ ସାଧାରଣ ଲୋକଙ୍କୁ ସେ କେଉଁ ଭଳି ଧମକ ଚମକ ଦେଉଥିବେ ତାହା ସ୍ପଷ୍ଟ ଜଣାପଡୁଛି | କିଛି ଦିନ ତଳେ ମଧ୍ୟ ଏହି ସାମ୍ବାଦିକ ଜଣଙ୍କ ସୋସିଆଲ ମିଡ଼ିଆ ରେ ବନ୍ଧୁକ ଦେଖାଇ ନିଜକୁ ଡନ ବୋଲି କହି ଚର୍ଚ୍ଚା କୁ ଆସିଥିଲେ | ତେବେ ଏ ଭଳି ଅସାମାଜିକ ସାମ୍ବାଦିକ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି। କଟକରୁ ମୃତ୍ୟୁଞ୍ଜୟ  ପ୍ରଧାନ ଙ୍କ ରିପୋର୍ଟ ,୩୧/୭/୨୦୨୩-----୧୧,୩୫ Sakhigopal News,31/7/2023

Blog Archive

Popular Posts