Breaking News

ଶିଶୁ ଶିକ୍ଷାସଦନ ବିଦ୍ୟାଳୟରେ ସମ୍ଭାବନା ପରିବାର ପକ୍ଷରୁ ବନ ମହୋତ୍ସବ ପାଳିତ



ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ମହତାବ ନଗର ଠାରେ ଅବସ୍ଥିତ ଶିଶୁ ଶିକ୍ଷାସଦନ ବିଦ୍ୟାଳୟ ପରିସରରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଔଷଧୀୟ ଓ ଫଳ ଗଛଚାରା ରୋପଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ମୌସୁମୀ ବର୍ଷାର ପ୍ରାରମ୍ଭରୁ ଵୃକ୍ଷରୋପଣ ହୋଇଆସୁଥିଲା ।  ବନ ମହୋତ୍ସବ ମାଧ୍ୟମରେ ବୃକ୍ଷ ରୋପଣର ମହତ ଉଦ୍ଧେଶ୍ୟ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଦ୍ୟାଳୟ ପରିସରରେ ଵୃକ୍ଷରୋପଣ କରାଯାଇଥିଲା। ଏଥି ସହିତ ଆୟୋଜିତ ସଭାରେ ବନ ମହୋତ୍ସବର ଆବଶ୍ୟକତା ଏବଂ ଜଙ୍ଗଲ ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ ପରିବେଶ ସୁରକ୍ଷା ଓ ତାହାର ମହାତ୍ମ୍ଯ ଉପରେ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ସଂଗଠନ ସମ୍ପାଦକ ଦିଲୀପ ସିଂ ଓ ଶରତ କୁମାର ରେଡି, କୋଷାଧକ୍ଷ ରମାକାନ୍ତ ମହାରଣା, ସ୍ମିତା ପଟ୍ଟନାୟକ, ଉପସଭାପତି ସଞ୍ଜୟ ବରିସଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଲୁସେନ୍ ରାୟ ଧନ୍ୟବାଦ ଅର୍ପଣ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୭/୨୦୨୩----୮,୨୫ Sakhigopal News,31/7/2023

Blog Archive

Popular Posts