Breaking News

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣର ଶୁଭାରମ୍ଭ ଓ ଗୃହ ଉଦଘାଟନ



 ଭଞ୍ଜନଗର--ଓଡ଼ିଶା ସରକାର ଖରିଫ ଧାନ ସଂଗ୍ରହ ପାଇଁ ଜଗନ୍ନାଥ ପ୍ରସାଦ ବ୍ଲକର ବି. ଡିପୁର ଗ୍ରାମ ପଞ୍ଚାୟତ ଠାରେ ଚାଷୀ ମାନଙ୍କର ନାମ ପଞ୍ଜିକରଣ ଓ ଗୋଦାମ ଗୃହ ର ଶୁଭରମ୍ଭା ହୋଇଯାଇଛି । ଖରିଫ ଧାନ ସଂଗ୍ରହ ପାଇଁ  ବି.ଡିପୁର ଗ୍ରାମ ପଞ୍ଚାୟତର ସୋରିଷମୂଳ ଗ୍ରାମ ର ଭୋଳାଶଙ୍କର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଙ୍କୁ ଅନୁମତି ଦିଆ ଯାଇଛି । ବିଗତ ଦିନରେ କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ତାଙ୍କର କମ ଚାଷ ଜମି ଥାଇ ମଧ୍ୟ ଜାଲ ପଟା କରି ନାମ ପଞ୍ଜିକରଣ କରିଥିଲେ ।  ଚାଷୀ ମାନଙ୍କ ଠାରୁ କମ ଦର ରେ ଧାନ କ୍ରୟ କରି ମଣ୍ଡି କୁ ଆଣି ନିଜର ଅଧିକା ଧାନ ବୋଲି କହି ବିକ୍ରୟ କରିଥାନ୍ତି । କିନ୍ତୁ ବାସ୍ତବ ରେ ସେମାନଙ୍କର ସେତିକି  ବିଲ ନ ଥାଏ । ଅସାଧୁ ବ୍ୟବସାୟୀମାନେ ଏଥିରୁ  ଦୃରେଇ ରହନ୍ତୁ। ସେମାନଙ୍କୁ ପ୍ରଶାସନ ତରଫରୁ କଡା ତାଗିଦ କରାଯାଇଛି । ଅନ୍ୟ ପକ୍ଷରେ ଚାଷୀ ମାନଙ୍କୁ ଅନୁରୋଧ କରାଯାଉଛି ଧାନ କୁ ବାହାରେ ବିକୟ ନ କରି  ସିଧା ମଣ୍ଡି ରେ ଦେଇ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ହାସଲ କରନ୍ତୁ । ଏହି କାର୍ଯ୍ୟକ୍ରମ ରେ ଗୋବିନ୍ଦ ଚନ୍ଦ୍ର ବାରିବ, ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ,ଭୋଳାଶଙ୍କର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ର ସଂଯୋଜିକା ରାଜଲଷ୍ମୀ ତ୍ରିପାଠୀ,ତ୍ରିନାଥ ସ୍ୱାଇଁ, ଖଦଳ ସ୍ୱାଇଁ,ପୂର୍ବତନ ସରପଞ୍ଚ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ସେଠୀ ,ପୂର୍ବତନ ସମିତି ସଭ୍ୟା ଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ସେଠୀ, ଟୁକୁନା ପ୍ରଧାନ, ବିଦେଶ ଖଟେଇ, ପ୍ରତାପ ଚନ୍ଦ୍ର ସ୍ୱାଇଁ, ପ୍ରଭାତ କୁମାର ବାରିକ, ନାରାୟଣ ଗୌଡ଼, ବସନ୍ତ ବସନ୍ତିଆ,କାଳୁ ଚରଣ ପଣ୍ଡା, ଗଙ୍ଗାଧର ସାହୁ, ସୁରେନ୍ଦ୍ର ସ୍ୱାଇଁ, ଚକ୍ରଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଗ୍ରାମପଂଚାୟତ ଅନେକ ଚାଷୀ  ଯୋଗ ଦେଇ ଉଦଘାଟନ କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨୫/୭/୨୦୨୩---୯,୩୫ Sakhigopal News,25/7/2023

Blog Archive

Popular Posts