ମିଶନ ଶକ୍ତି ପାଇଁ ଆଜି ସ୍ୱାବଲମ୍ବୀ ହୋଇଛନ୍ତି ଝୁନାରାଣୀ
ଏବଂ ମହିଳା ହେବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ରେ ସୁଦୃଢ। ମହିଳା ମାନେ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ କରିବାରେ ହେବେ ସହ ଭାଗୀତା | ଯାହା ଫଳରେ ଓଡିଶା ରେ ଦରିଦ୍ର୍ୟତା ରୂପକ ବ୍ୟାଧି ଦୂର ହେବା ସହ ଗଠନ ହେବ ଏକ ନୂତନ ସମୃଦ୍ଧ ଓଡିଶା । ଏ ଭଳି କିଛି ସ୍ବପ୍ନ ଓ ଲକ୍ଷ୍ୟ କୁ ନେଇ ରାଜ୍ୟ ସରକାର 8 ମାର୍ଚ୍ଚ 2001 ରେ ଆରମ୍ଭ କରିଥିଲେ ମିଶନ ଶକ୍ତି ର ଯୋଜନା । ଏବଂ ଏଥିରେ ସକ୍ରିୟ ଭାବେ ଯୋଡି ହୋଇଥିଲେ ଓଡ଼ିଶାର ସତୁରି ଲକ୍ଷ ମହିଳା ଓ ଛ ଲକ୍ଷ୍ୟ SHG । ଉଦେଶ୍ୟ ଥିଲା ମହିଳା ଙ୍କ ଆତ୍ମନିର୍ଭରଶୀଳତା ଓ ମହିଳା ସଶକ୍ତିକରଣ ।
ଏବଂ ଏହି ମିଶନ ଶକ୍ତି ଜରିଆରେ ଏବେ ନିଜ ପରିବାରର ଆର୍ଥିକ ସ୍ଥିତି କୁ ସୁଧାରିଵା ସହ ନିଜେ ଆତ୍ମନିର୍ଭରଶିଳ ହୋଇ ପାରିବେ । ଏକ ଉଦାହରଣ ପାଲଟିଛନ୍ତି ବାଙ୍କୀ କୁସୁପଙ୍ଗି ଗ୍ରାମ ର ଝୁନାରାଣୀ ଜେନା | ସ୍ୱାମୀ ଙ୍କ ସ୍ୱଳ୍ପ ରୋଜଗାର ରେ ବିଭିନ୍ନ ଆର୍ଥିକ ସମସ୍ୟା ସମ୍ମୁଖୀନ ହୋଇ ଆସୁଥିବା ଝୁନାରାଣୀ ଏବେ କିଛି ଦିନ ତଳୁ ସେ ମିଶନ ଶକ୍ତି ଓ ଓରମାସ ର ସହାୟତା ରେ ବାଙ୍କୀ କୁସୁପଙ୍ଗି ଠାରେ ଏକ ପରିବା ବିକ୍ରୟ କେନ୍ଦ୍ର ଆରମ୍ଭ କରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଘର ର ଅଭାବ ଅନାଟନ କୁ ଦୁରେଇଵା ସହ, ନିଜ ପିଲାଙ୍କ ପାଠ ପଢ଼ା ବାବଦ କୁ ସମସ୍ତ ଖର୍ଚ୍ଚ ମଧ୍ୟ ସେ ସୁରୁଖୁରୁ ରେ ତୁଲାଇ ପାରୁଛନ୍ତି ବୋଲି କହିଛନ୍ତି ଝୁନା | ଓ ଏ ଏଥିପାଇଁ ସେ ସମସ୍ତ ଶ୍ରେୟ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଦେବା ସହ ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୨/୭/୨୦୨୩----୯,୨୦ Sakhigopal News,22/7/2023