ଦୁଇ ସପ୍ତାହ ହେଲାଣି ଗାଁ ରେ ବିଜୁଳି ନାହିଁ , ଟାଟା ପାୱାର ବିଦ୍ୟୁତ୍ ଅଫିସ କୁ ଘେରିଲେ ଗ୍ରାମବାସୀ
କନ୍ଧମାଳ -- ଗାଁ ଅନ୍ଧାର ଦୁଇ ସପ୍ତାହ ହେବ । ଗାଁ ରେ ବିଜୁଳି ନାହିଁ l ଟାଟା ପାୱାର ବିଦ୍ୟୁତ୍ ଅଫିସ କୁ ଘେରିଲେ ଗ୍ରାମବାସୀ । ବାଲିଗୁଡା ଟlଟା ବିଦ୍ୟୁତ୍ ଅଫିସ ଘେରିଲେ ଗ୍ରାମବାସୀ । ସୂଚନା ପ୍ରକାରେ ଗଛଡାଳ ପଡ଼ି ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ଏକ ଗୋରୁ ର ମୃତ୍ୟୁ ହୋଇଥିଲା ଏହା ପର ଠାରୁ ଗାଁ ରେ ବିଦ୍ୟୁତ୍ ନାହିଁ l ଫୋନ କଲେ ଅଫିସର କିମ୍ବା କର୍ମଚାରୀ ଫୋନ ଉଠାଉନଥିବା ଅଭିଯୋଗ ହେଉଛି । ନଗଦ ବିଲ ଆଦାୟ କରି ଗ୍ରାମବାସୀ ଙ୍କୁ ଉତ୍ତମ ସେବା ଯୋଗାଉନଥିବା ଅଭିଯୋଗ କରି କ ନୂଆଗାଁ ବ୍ଲକ୍ ଯାନାଗାଇଲ ଗ୍ରାମବାସୀ ଆଜି ଅପରାହ୍ନ ରେ ଆସି ଘେରିଛନ୍ତି ବିଦ୍ଯୁତ କାର୍ଯ୍ୟାଳୟ l ଦୀର୍ଘ ପନ୍ଦର ଦିନ ହେବ ଗାଁ ରେ ବିଦ୍ୟୁତ୍ ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏନେଇ ଟାଟା ବିଦ୍ୟୁତ୍ କାର୍ଯ୍ୟାଳୟ ର ଯନ୍ତ୍ରୀ ସଂଗ୍ରାମ କେଶରୀ ସାହାଣୀ ପ୍ରତିକ୍ରିୟା ରେ କହିଛନ୍ତି ଖୁବ୍ ଶୀଘ୍ର ସମସ୍ୟା ର ସମାଧାନ କରାଯିବ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୭/୨୦୨୩---୯,୫୫ Sakhigopal News,24/7/2023