ପୌର ସଂସ୍ଥା ସମୂହ ର ନିର୍ବାଚିତ ପ୍ରତିନିଧି ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଓ ପରିଦର୍ଶନ
କନ୍ଧମାଳ --- ବାଲିଗୁଡା ଏନଏସି ତରଫରୁ ପୌର ସଂସ୍ଥା ସମୂହ ନିର୍ବାଚିତ ପ୍ରତିନିଧି ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ବାଲିଗୁଡା ଏନଏସି ର ସମସ୍ତ ନିର୍ବାଚିତ ପ୍ରତିନିଧି ଦଳ ଏମସିସି ଏମଆରଏଫ କେନ୍ଦ୍ରରେ ସ୍ୱଚ୍ଛ ସାଥି, ସାନିଟେସନ ,ଏକ୍ସପେର୍ଟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କ ରେ ଆଲୋଚନା କରିଥିଲେ | ଅଦରକାରୀ ଖାଦ୍ୟପଦାର୍ଥ, ପରିବାଚୋପା କୁ ନେଇ ଖତ କିପରି ତିଆରି ହେଉଛି ସେ ସମ୍ପର୍କ ରେ ସ୍ୱଚ୍ଛ ସାଥି ମାନେ ପ୍ରକ୍ରିୟା କରଣ ସମ୍ପର୍କ ରେ ଅବଗତ କରିଥିଲେ |ଏଥି ସହିତ ମଳ ଉପଚାର କେନ୍ଦ୍ର ଟ୍ରିଟମେଣ୍ଟ ପରିଚାଳନା ସମ୍ପର୍କ ରେ ନିର୍ବାଚିତ ପ୍ରତିନିଧି ଙ୍କ ସହ ଆଲୋଚନା ହୋଇ ଥିଲା | ବାଲିଗୁଡା ଏନଏସି ପକ୍ଷରୁ ଆବର୍ଜନା ଗୁଡିକ ପ୍ରତି ୱାର୍ଡ ବୁଲି ଗାଡି ରେ ସଂଗ୍ରହ କରି ମଇକ୍ରୋ କମ୍ପୋଷ୍ଟ ସେଣ୍ଟର କୁ ନିଆଯାଇ ସେଠାରେ ଖାଦ୍ୟ ପଦାର୍ଥ, ପରିବାଚୋପା ଗୁଡିକ ଅଲଗା କରି ଶୁଖା ଯାଏ | ପରେ କୁଣ୍ଡ ଗୁଡିକ ରେ ରଖି ଜୈବିକ ଖତ ତିଆରି କରାଯାଇଥାଏ | ସେଠାରୁ ଆସି ଟାଉନ ହଲ ଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କ ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥି ସହିତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ସହର ସ୍ୱଛତା ବିଷୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ ଉପସ୍ଥିତ ରହି ସହର ସ୍ୱଛତା, ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କ ରେ କହିଥିଲେ | କାର୍ଯ୍ୟକ୍ରମ କୁ ପରିମଳ ଇନିସ୍ପେକଟର, ଜୟପାଳ ବଳିୟାର ସିଂ, ସିଟିମିଶନ ମେନେଜର ସୁଧାଂଶୁ ମୋହନ ହୋତା,ଏମଆଇଏସ କମ୍ବୁପାଣି ପାଣିଗ୍ରାହୀ ପରିଚାଳନା କରିଥିଲେ |
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୬/୭/୨୦୨୩---୯,୫୫ Sakhigopal News,26/7/2023