ମୁଖ୍ଯମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ନିମ୍ନ ମାନର , ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦିକା; ଭିଜିଲାନ୍ସ ଦାବି କଲେ ଗ୍ରାମବାସୀ
ସାକ୍ଷୀଗୋପାଳ ----- ମୁଖ୍ଯମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଉଥିବା ରାସ୍ତା ରେ ନିମ୍ନମାନର କାମ କରାଯାଉଥିବାରୁ ଜିଲାପାଳ ତଦନ୍ତ କରିବାକୁ ଦାବି କଲେ ଗ୍ରାମବାସୀ। ସତ୍ଯବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ଉଦ୍ଯମରେ ପୁରୀ ଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଗୁଆଳିଗୋରଡା ଠାରୁ ବୁଢାକେରା ଗ୍ରାମ ପର୍ଯ୍ୟନ୍ତ ୪ କିମି ୨୦୦ ମିଟର ରାସ୍ତାକୁ ମୁଖ୍ଯମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରିବା ପାଇଁ ସରକାରୀ ମଞ୍ଜୁରୀ ମିଳିଥିଲା । ଏହି ରାସ୍ତା ପାଇଁ ୩କୋଟି ୨୮ ଲକ୍ଷ ୭୮ ହଜାର ଟଙ୍କା ବ୍ଯୟବରାଦ କରାଯାଇଥିଲା । ନିମାପଡ଼ା ଗ୍ରାମ୍ୟ ସଡ଼କ ଓ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଠିକାଦାର ଙ୍କୁ ୩,୬,୨୨ ତାରିଖରେ କାର୍ଯ୍ଯାଦେଶ ଦେଇଥିଲେ। ଏହା ୨,୫,୨୦୨୩ ତାରିଖ ସୁଦ୍ଧା ସରିବବୋଲି ସୂଚନା ଫଳକ ଲଗାଯାଇଛି । ହେଲେ ଜୁଲାଇ ୧୫ ତାରିଖ ସୁଦ୍ଧା ୭୦ ଭାଗ କାମ ସରିଥିବା କୁହାଯାଉଛି । ସୂଚନାଯୋଗ୍ୟ ଗତ ଶନିବାର ଉକ୍ତ ରାସ୍ତାରେ ପକାଯାଇ ଥିବା ପିଚୁ ସୋମବାର ଦିନ ଗୋଡରେ ଆଡେଇ ଦେଲେ ଉଠି ଯାଉଥିବା ଦେଖିବାକୁ ମିଳିଛି ବୋଲି ଦେଖିବାକୁ ମିଳିଛି । ରାସ୍ତା କାମ କରାଯାଉଥିବା ସମୟରେ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତିକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ସ୍ରୁଷ୍ଟି ହେଉଛି । ମାଧିପୁର, ଓ ଗେଣ୍ଡାମାଳି ଗ୍ରାମର ନିର୍ମାଣ କରାଯାଇଥିବା ଅସମତୁଲ ରାସ୍ତାରେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ଗୁଆଳିଗୋରଡା ଆଦି ଗ୍ରାମବାସୀ ଙ୍କ ପିଣ୍ଡା ତଳୁ ଡ୍ରୋଜର ଲଗାଇ ମାଟି ତଡା ଯାଇଥିଲେ ମଧ୍ଯ ଦେଢ ବର୍ଷ ହେଲା ଢଳେଇ ନାଳ କରାଯାଉନାହିଁ । ସେଥିପାଇଁ ଗାଁଲୋକଙ୍କ ଚଳପ୍ରଚଳ ହେବାରେ ଘୋର ଅସୁବିଧା ଭୋଗିବାକୁ ପଡୁଛି । ବିଶେଷ କରି ବୟସ୍କ , ମହିଳା ଓ ଶିଶୁମାନେ ଖାଲଖମାରେ ପଡି ଆହତ ହେଉଛନ୍ତି । ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧ୍ଯରେ ମଧୁ ଚନ୍ଦ୍ରିକା ଓ ସଲାସୁତୁରା ଯୋଗୁ ରାସ୍ତାକାମ ନିମ୍ନ ମାନର କରାଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଜିଲାପାଳ ଉକ୍ତ ରାସ୍ତାର ନିର୍ମାଣ ଦୁର୍ନିତି ସଂପର୍କରେ ତଦନ୍ତ କରିବା ସହିତ ସତ୍ଯବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ଏଥିରେ ହସ୍ତକ୍ଷେପ କରିବାକୁ ନରହରି ପାତ୍ର, ପବିତ୍ର ମୋହନ ସ୍ୱାଇଁ, ଜଗଦୀଶ ବଡଜେନା, କାଳନ୍ଦୀ ଚରଣ ଦଳାଇ ସୋମନାଥ ବିଶ୍ବାଳ ପ୍ରମୁଖ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୭/୨୦୨୩----୮,୧୦ Sakhigopal News,18/7/2023