Breaking News

ଗଞ୍ଜାମରୁ ବିଳାସପୁର ଚୋରା ଗଞ୍ଜେଇ ଚାଲାଣ, ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ



ଜଟଣୀ-----ଚୋରା ନିଶା ଦ୍ରବ୍ୟର ଗଳା ବାଟ ପାଲଟିଛି ଜଟଣୀର ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ। ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ରେଳ ସୁରକ୍ଷାବଳ ଓ ଜିଆରପି ପୁଲିସ ପକ୍ଷରୁ ମିଳିତଭାବେ ପେଟ୍ରୋଲିଂ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ପ୍ଲାଟଫର୍ମ ନଂ ୨ଓ ୩ ମଧ୍ୟବର୍ତ୍ତୀ ଅଞ୍ଚଳରେ ସନ୍ଦେହ ଜନକ ଭାବେ ବୁଲୁଥିଲା। ତେବେ ସେହି ବ୍ୟକ୍ତି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ପୁଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ପଚରାଉଚରା କରିବା ପରେ ସେ ହଡ଼ବଡେଇ ଯାଇ ଦୌଡ଼ିବାକୁ ଚେଷ୍ଟା କରିଥିଲା। ପୁଲିସ ପଚରା ଉଚରା କରିବା ପରେ ତା ନିକଟରେ ଗଞ୍ଜେଇ ଥିବା କହିଥିଲା। ପୁଲିସ ତା ନିକଟରୁ ୩୫ କିଲୋ ୮୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା।ତଦନ୍ତ ପରେ ଏହି ଗଂଜେଇକୁ ବ୍ରହ୍ମପୁର ରୁ ଆଣି ଛତିଶଗଡ଼ର ବିଳାସପୁର ଅଞ୍ଚଳରେ ବିକ୍ରି କରିବାକୁ କଳିଙ୍ଗଉତ୍କଳ ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ଏ ନେଇ ଖୋର୍ଦ୍ଧାରୋଡ଼ ପୁଲିସ ୫୯/୨୩ରେ ଏନଡିପିଏସ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛି ମଧ୍ୟପ୍ରଦେଶ ନୂଆଗାଁ ଅଞ୍ଚଳର ବାବୁଲା ସାହୁ(୩୫) ବୋଲି ଖୋର୍ଦ୍ଧାରୋଡ଼ ଜିଆରପି ଥାନା ଅଧିକାରୀ ଧରଣୀଧର ପ୍ରଧାନ କହିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୭/୨୦୨୩----୯,୧୦ Sakhigopal News,15/7/2023

Blog Archive

Popular Posts