ଅସଲି ଶିକ୍ଷକଙ୍କୁ ନକଲି ବନାଇବାରେ ଠିକା ନେଇଛନ୍ତି ବାଙ୍କୀର କିଛି ସାମ୍ବାଦିକ
କଟକ --- ଭାରତୀୟ ଗଣତନ୍ତ୍ର ଚାରୋଟି ସ୍ତମ୍ଭ ଆଧାରରେ ଛିଡା ହୋଇଛି । ଯଦି ଗୋଟିଏ ସ୍ତମ୍ଭ ଦୁର୍ବଳ ହୁଏ ତାହେଲେ ଗଣତନ୍ତ୍ର ଭୂଷୁଡି ପଡେ । ସେଥି ମଧ୍ୟରୁ ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ ବୋଲି ଜଣାଶୁଣା। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର କାମ ଅବାଟରୁ ବାଟକୁ ନେବା । ପରୀକ୍ଷା ନିରୀକ୍ଷା କରି ସତ ଘଟଣାକୁ ଲୋକଲୋଚନକୁ ଆଣିବା । କିନ୍ତୁ ବାଙ୍କୀର କିଛି ପ୍ରତିଷ୍ଠିତ ଗଣମାଧ୍ୟମର ସାମ୍ବାଦିକ ବୋଲାଉଥିବା ସାମ୍ବାଦିକମାନେ ସବୁକିଛି ପଦାରେ ପକାଇ ନିଜର ସ୍ବାର୍ଥ ରେ ଲାଗିପଡିଛନ୍ତି। ଜଣେ ସଚ୍ଚୋଟ, ସାହାଯ୍ୟକାରୀ , କର୍ମଠ,ଛାତ୍ରବତ୍ସଳ,ମେଳାପୀ ବନ୍ଧୁପ୍ରିୟ,ସମାଜସେବୀ ଶିକ୍ଷକ ପଛରେ ପଡିଯାଇଛନ୍ତି କିଛି ସାମ୍ବାଦିକ ଭାଇମାନେ । ଏହି କଥା ଆମେ ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ପାଉଛୁ । ଯାହାଙ୍କର ଅନେକ ସୁନାମ ରହିଛି । ଉଚ୍ଚ ଶିକ୍ଷିତ ମଧ୍ୟ । ତଦନ୍ତ ପ୍ରକିୟା ଚାଲୁରହିଛି । ତାଙ୍କ ପ୍ରତିକ୍ରିୟାରେ ସେ ଦୃଢତାର ସହିତ କହୁଛନ୍ତି ଯେ ତାଙ୍କର ସମସ୍ତ ସାର୍ଟିଫିକେଟ ଅସଲି । ସାମ୍ବାଦିକ ମାନେ କହୁଛନ୍ତି ଯେ ତାଙ୍କୁ ପୋଲିସ ଉଠେଇ ନେଲା । କେହି ଉଠାଇକି ନେବାର କଥା ଜଣାପଡ଼ିନାହିଁ। ଯଦି ସେ ଦୋଷୀ ତାଙ୍କୁ ପୋଲିସ ପଚରାଉଚରା କରି ତଥ୍ୟ ପ୍ରମାଣ ପରଖି ଛାଡିଦେଲେ କାହିଁକି ? । କୋର୍ଟ ଫରଓ୍ବାର୍ଡ କଲେ ନାହିଁ କାହିଁକି ?। କାରଣ ପୋଲିସ ଜଣେ ମଣିଷ । ତାର ବି ହୃଦୟ ଅଛି । ମାନବିକତା ମଧ୍ୟ ରହିଛି । ଅସଲି ଥିବାର ପ୍ରମାଣ ମଧ୍ୟ ପାଇଛି । ତେଣୁ ତାଙ୍କୁ ପୂର୍ବ ପରି କାର୍ଯ୍ୟ କରିବା ପାଇଁ ଛାଡିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେଉଁ ସାମ୍ବାଦିକ ମାନେ। କହିଛନ୍ତି ଉଠାଇନେଲେ । କାହିଁକି ସେମାନେ ସସମ୍ମାନେ ଛାଡିବା କଥା ଲୋକଲୋଚନକୁ ଆଣିଲେ ନାହିଁ । ଏ ସାମ୍ବାଦିକଙ୍କ ଲକ୍ଷ କ,ଣ ? । ଅସଲ ଉଦ୍ଦେଶ୍ୟ କ'ଣ ?। ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ଆଉ ବାକି ରହିଲା ଶିକ୍ଷକ ଜଣକ ଅସଲି ନା ନକଲି । ଆମେ କହୁନାହୁ ଅସଲି, ତାଙ୍କର ସମସ୍ତ କାଗଜପତ୍ର କହୁଛି ଅସଲି । ଆଉ ଏହା ଆଉ ଅଳ୍ପ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ । ସେତେବେଳେ ଏହି ସାମ୍ବାଦିକ ବନ୍ଧୁ ମାନେ ସେତିକି ଆଗ୍ରହ ପ୍ରକାଶ କରି ସେହି ସମ୍ବାଦକୁ ପରିବେଷଣ କରିବେ ତ ?। ଯାହାହେଉ ଆଗକୁ ଜଣାପଡିବ କିଏ ଅସଲି ନା ନକଲି । ସାମ୍ବାଦିକ ନା ଶିକ୍ଷକ ?। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୬/୭/୨୦୨୩---୯,୫୫ Sakhigopal News,26/7/2023