ସ୍ଵାଧୀନତାର ୭୫ବର୍ଷ ପରେ ବି ଗ୍ରାମକୁ ଭଲ ରାସ୍ତା ନାହିଁ
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଜାନ୍ଡୋଲ ଛକ ଠାରୁ ଜାନ୍ଡୋଲ ଗ୍ରାମ, କୁଟେନପାଲି ଗାଁ ରାସ୍ତା ଅତି ଶୋଚନୀୟ ଅବସ୍ଥା ରହିଛି । ସ୍ଵାଧୀନତାର ୭୫ ବର୍ଷ ପରେ ବି ଭଲ ରାସ୍ତା ଟିଏ ନାହିଁ। ଅତି ଦୁଃଖର ଓ ପରିତାପର ବିଷୟ ଅଟେ। ଏହି ରାସ୍ତା ଦେଇ ଅଏଁଲାପାଲି, ଅରେଗୁଡି, ରେଶମ ପଂଚାୟତ ଜନସାଧାରଣ ନିର୍ଭର କରିଥାନ୍ତି ।ରାସ୍ତା ଉପରୁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ , ଫଳରେ ରାସ୍ତା କାଦୁଅ ପରିପୂର୍ଣ୍ଣ ହୋଇଯାଇଛି । ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାନ୍ଡୋଲ ଗ୍ରାମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ବହୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅଛନ୍ତି। ଏହି ଜାନ୍ଡୋଲ ଗ୍ରାମ ରେ ୭ ୱ।ଡ଼ ରହିଛି । ପ୍ରାୟ ୪୦୦୦ ହଜାର ରୁ ଅଧିକ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ନିର୍ବାଚନ ସମୟରେ ସମସ୍ତ ପ୍ରାର୍ଥି ପକ୍ଷରୁ ପ୍ରତିଶ୍ରୁତି ଦେଇ ଥାନ୍ତି ।ଆମେ ଜିତି କରି ଆସିଲେ, ରାସ୍ତା ତିଆରି କରିଦେବୁ କହିଥିଲେ । ଜିତି ଗଲାପରେ ସମସ୍ତେ ଭୂଲି ଯାଆନ୍ତି ଦେଇଥିବା କଥା।ବର୍ଷା ସମୟରେ ଜାନ୍ଡୋଲ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି।ବରଗଡ ଜିଲ୍ଲାପାଳ ତଥା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଉକ୍ତ ରାସ୍ତାପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୭/୨୦୨୩-----୯,୫୫ Sakhigopal News,25/7/2023