Breaking News

ବାରହା ଶିକାର ଉଦ୍ୟମ ବ୍ୟର୍ଥ, ବନବିଭାଗ 11କେଭି ବିଦ୍ୟତୁ ତାରରୁ ଫାଶକୁ ବାହାର କଲେ



ନୟାଗଡ଼: ଖଣ୍ଡପଡ଼ା ବ୍ଳକ କୋସକା , କିଆଝର ଗଡିଆସାହି ପଞ୍ଚାୟତ ଅଧୀନ ଆଖପାଖ ଗ୍ରାମରେ ଗତ କିଛି ଦିନ ଧରି ବାରହା ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଅସାମାଜିକ ବ୍ୟକ୍ତି ଜଙ୍ଗଲ ଜମି ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାରରୁ ବେଆଇନ୍ ଭାବେ ସଂଯୋଗ କରି ବାରହା ଶିକାର କରୁଥିବା ଜଣା ପଡ଼ିଛି। ଖାଦ୍ୟ ଅନ୍ଵେଷଣରେ  ସଂରକ୍ଷିତ ଜଙ୍ଗଲରେ ବାରହା ପଶି ଚାଷ ଓ ପନିପରିବା ଖାଇବାକୁ ଆସି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ମୃତ୍ୟ ବରଣ କରୁଛନ୍ତି। ଏଭଳି ଅସଦ ଉପାୟ ଅବଲମ୍ବନ କରି ଶିକାରୀ ମାନେ ବାରହା ଶିକାର କରୁଥିବା ଅଭିଯୋଗ ହେଉଛି। ଗତ ୨ ଦିନ ତଳେ ଅସାମାଜିକ ବ୍ୟକ୍ତି କିଆଝର ପଞ୍ଚାୟତ ଭଅଁର ପଲି ଗ୍ରାମନିକଟସ୍ଥ ଗୋଶାଳା ନିକଟରେ ବାରହା ଶିକାର ଉଦେଶ୍ୟରେ ବିଦ୍ୟୁତ୍ ତାର ସଂଯୋଗ କରିଥିବା ନେଇ କୌଣସି ସୂତ୍ରରୁ ବନ ବିଭାଗ ସୂଚନା ପାଇଥିଲେ।ସିଂହାପଡା ବନପାଳ ପ୍ରଫୁଲ୍ଲ କୁମାର ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିବା ପରେ ବିଦ୍ୟୁତ୍ ବିତରଣ କମ୍ପାନୀ କର୍ମଚାରୀ ତାରକୁ କାଟି ସେଗୁଡିକୁ ଜବତ କରିଥିବା ଜଣାପଡ଼ିଇଛି। ଫଳରେ ବାରହା ମାରିବା  ଉଦ୍ୟମ ପଣ୍ଡ ହୋଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାସ ଙ୍କ ଠାରୁ ପ୍ରକାଶ । ସୂଚନା ଯୋଗ୍ୟଯେ,11କେଭି ବିଦ୍ୟତୁ ତାରରେଏଭଳି ଫାସ ପକାଇବା ଦ୍ୱାରା ଲୋକଙ୍କର ଜୀବନ ଯିବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।ଏଣୁ ଏଦିଗରେ ବିଦ୍ୟତୁ ବିଭାଗ ଖଣ୍ଡପଡ଼ା sdo ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବିହେଉଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୪/୭/୨୦୨୩----୧୦,୨୫ Sakhigopal News,24/7/2023

Blog Archive

Popular Posts