କ୍ଷତ୍ରିୟବରପୁର ମହାବିଦ୍ୟାଳୟ ର ୪୦ ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
ଭଞ୍ଜନଗର ---- ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ର ୪୦ ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । କାର୍ଗିଲ୍ ବିଜୟ ଉତ୍ସବ ସାଙ୍ଗକୁ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ , ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ , ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ରାଓ , ପ୍ରତିଷ୍ଠାତା ସଦସ୍ୟ ବଦ୍ରିନାରାୟଣ ତ୍ରିପାଠୀ , ରାମେଶ୍ବର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଷ୍ଣୁ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୀର୍ଘ ୩୯ ବର୍ଷ ଧରି , ସ୍ଥାନୀୟ ଅଞ୍ଚଳରେ ଏକ ଶୈଖିକ ପରିବେଶ ସୃଷ୍ଟି କରିଥିବା ଏହି ମହାବିଦ୍ୟାଳୟ ଅନେକେ କୃତି ଛାତ୍ର ଛାତ୍ରୀ ଙ୍କୁ ସୃଷ୍ଟି କରିଛି । ଏଣୁ ଏହି ଧାରାକୁ ବଜାୟ ରଖିବା ସହ , ଆସନ୍ତା ଦିନରେ ଅଧିକ ଅଧିକ କୃତି ଛାତ୍ର ଛାତ୍ରୀ ସୃଷ୍ଟି ହେବାର ଆବଶ୍ୟକ ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା । ବିଧାୟକ ଶ୍ରୀ ସ୍ବାଇଁ ଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା । ଅତିଥି ଙ୍କ ଦ୍ଵାରା , କୃତୀ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା , କୁମୁଦ ଚନ୍ଦ୍ର ମହାପାତ୍ର , ଦେବେଶ ଚନ୍ଦ୍ର ମହାପାତ୍ର , ମହେଶ୍ୱର ରାଉତ , ଅଧ୍ୟାପିକା ରୁନିବାଳା ତ୍ରିପାଠୀ , ସ୍ୱରୂପା ରାଣୀ ବିଶ୍ବାଳ , ସ୍ନିଗ୍ଧାରାଣୀ ଗୌଡ , ପୂର୍ବତନ ଅଧ୍ୟାପକ ରାଜେନ୍ଦ୍ର ଡାକୁଆ ଏବଂ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୭/୨୦୨୩---୫,୨୫ Sakhigopal News,28/7/2023