ଜଟଣୀ ସହର ହେବ ସବୁଜ ସୁନ୍ଦର ,ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷ ରୋପଣ
ଜଟଣୀ ସହରକୁ ସବୁଜ ସୁନ୍ଦର କରିବାକୁ ପୌର ପରିଷଦ ନିୟମିତ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ପୌର ନିର୍ବାହୀ ଅଧିକାରୀ,ପରିଷଦର କର୍ମଚାରୀ, ସ୍ଥାନୀୟ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଏବଂ କର୍ମଚାରୀ ଏବଂ ସ୍ଥାନୀୟ ସମାଜସେବୀ ମାନେ ମିଳିତ ଭାବେ ମୁନିସିପାଲିଟି ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମଧ୍ୟ ଭାଗରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ତେବେ ଏହା ଚଳିତ ବର୍ଷ ପୌର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଗତ 21ତାରିଖରେ ପ୍ରଥମ ପର୍ଯ୍ୟାୟରେ ମୁନିସିପାଲିଟି ଛକ ଠାରୁ ହରିଭାଇନା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା | ପରିବେଶ ସନ୍ତୁଳନ ଏବଂ ସହରର ସୌନ୍ଦର୍ଯ୍ୟକରଣ ତଥା ଲୋକ ମାନଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ବୋଲି ପୌର ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୩---୯,୩୫ Sakhigopal News,26/7/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୩---୯,୩୫ Sakhigopal News,26/7/2023