Breaking News

ଚାଷରେ ସାର ବ୍ୟବହାର ସମ୍ପର୍କରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ କର୍ମଶାଳା



ବାଙ୍କୀ---- ଆଜି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ନାନୋ ୟୁରିଆ ତରଳ ଓ ଇଫ୍‌କୋ ସାରର ଚାଷ କାର୍ଯ୍ୟରେ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାର ଶୁଭାରମ୍ଭ କରିଥିଲେ । ବାଙ୍କୀ ସମବାୟ ସର୍କଲର ୪୮ଗୋଟି ସେବା ସମବାୟ ସମିତିର ସମ୍ପାଦକ ମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ । ବାଙ୍କୀ ବ୍ଲକ ସହକାରୀ କୃଷି ଅଧିକାରୀ ବିଶ୍ୱନାଥ ଦାଶ ମୁଖ୍ୟବକ୍ତା, ବିକ୍ରମ କେଶରୀ ପାତ୍ର ଭି.ଏଫ୍‌.ଏମ୍‌.ଇଫ୍‌କୋ ଓ ଅକ୍ଷୟ କୁମାର ସାମଲ ସି.ଇଓ ବାଙ୍କୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନାନୋ ୟୁରିଆ ତରଳ ଓ ଇଫ୍‌କୋ ସାର ସମ୍ପର୍କରେ ଟିକିନିଖି ଆଲୋଚନା କରିଥିଲେ । ସହକାରୀ କୃଷି ଅଧିକାରୀ ବାଙ୍କୀ ପ୍ରଜ୍ଞା ପରମିତା, ପପନି ପ୍ରିୟଦର୍ଶିନୀ ବାଙ୍କୀ ବ୍ଲକ କୃଷି ଅଧିକାରୀ ଯୋଗଦେଇ ସାରର ବ୍ୟବହାର ସଂପର୍କରେ ସମିତି ସମ୍ପାଦକ ମାନଙ୍କୁ ଅବଗତ କରାଇବା ସହିତ ଚାଷୀମାନଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥଲେ । ମାର୍କଫେଡ୍ ଏରିଆ ମ୍ୟାନେଜର ଭାଗିରଥି ବିଶ୍ୱାଳ ଓ ଫିଲ୍ଡ୍ ଅଫିସର କଟକ ବରୁଣ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୨/୭/୨୦୨୩---୯,୩୫ Sakhigopal News,22/7/2023

Blog Archive

Popular Posts