ଓଭରଟେକ କରି ଗାଡି ଚଲେଇବା ହେଲା କାଳ
କନ୍ଧମାଳ ---- ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି l ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ର ତଗାକିଆ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ଘଟିବା ପରେ ପଛ ରୁ ଆସୁଥିବା ଏକ ଟ୍ରକ ପୁଣି କାର କୁ ଧକ୍କା ଦେଇଥିଲା l ଦୁର୍ଘଟଣା ରେ ବାଇକ ଓ କାର ରେ ବସିଥିବା ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି l ବାଲିଗୁଡା ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଗୁରୁତର ଙ୍କୁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯାଇଛି l ସୂଚନା ଅନୁଯାୟୀ ବାଲିଗୁଡା ରୁ ସୁକୁଙ୍ଗିଆ ଗ୍ରାମ କୁ ବାଇକ ଯୋଗେ 3 ଜଣ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଟ୍ରକ କୁ ଓଭରଟେକ କରି ବାଇକ କୁ ଧକ୍କା ଦେଇଥିଲା l ପରେ କାର କୁ ପଛ ରୁ ଟ୍ରକ ଟି ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା କାର କୁ l ମୃତକ ଲୁବେନଗଡ଼ ର ରକି ଦିଗାଲ ହୋଇଥିବା ବେଳେ ଅନ୍ୟ ଜଣେ ଉମରକୋଟ ର ଉଦୟନାଥ ମହାପାତ୍ର ହୋଇଥିବା ସୂଚନା ମିଳିଛି l ତେବେ କାର ଟି ଉମରକୋଟ ରୁ ଭୁବନେଶ୍ୱର ଯାଉଥିବା ଜଣା ପଡିଛି l ବାଲିଗୁଡା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଗ୍ରସ୍ତ କାର ଓ ଟ୍ରକ କୁ ଜବତ କରିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୭/୨୦୨୩-----୮,୪୫ Sakhigopal News,29/7/20