Breaking News

ସତ୍ୟବାଦୀ ବ୍ଳକର ଚାଷୀ ଶଙ୍କର ବିହନ ପ୍ରସ୍ତୁତି ପାଇଁ ତାଲିମ ନେଇ ଫେରିଲେ ; ଓଡିଶାରେ ମିଳିବ ଶଙ୍କର ଜାତୀୟ ବିହନ

       


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗୁଆଳିଗୋରଡା ଗ୍ରାମର ଚନ୍ଦନ ଖୁଣ୍ଠିଆ ଏବେ ପୁରୀ ଜିଲ୍ଲାରେ ପ୍ରଥମ କରି ଶୋଲୋନାସିଅସ ଜାରିର ପରିବା ଯଥା ବାଇଗଣ, ଟମାଟୋ ଓ ଲଙ୍କାର ଶଙ୍କର କିସମ ମଞ୍ଜି ଉତ୍ପାଦନ କରିବେ ବୋଲି ଜଣାପଡିଛି । ପୁରୀ ଜିଲ୍ଲାରେ ଏପରିକି ଓଡିଶାରେ ବିଭିନ୍ନ ଜିଲ୍ଲାରେ ପନି ପରିବା ଶଙ୍କର କିସମ ମଞ୍ଜି ଚାଷ କରାଯାଉଥିଲେ ମଧ୍ୟ ତାହା ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏଣିକି ଆଉ ବାହାର ରାଜ୍ୟ ଉପରେ ନିର୍ଭର ନ କରି ଓଡିଶରେ ଦୁଇଜଣ ଚାଷ ଶଙ୍କର ବିହନ କିସମ ମଞ୍ଜି ଉତ୍ପାଦନ କରିବା ପାଇଁ ବେଙ୍ଗାଲୁରୁ  ସ୍ଥିତ କେନ୍ଦ୍ରୀୟ ବାଗବାନୀ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ଫେରିଛନ୍ତି । ଜଣେ ସତ୍ୟବାଦୀ ବ୍ଳକ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ କୁମାର ପାତ୍ର ବୋଲି ଜଣାପଡିଛି । କେନ୍ଦ୍ରୀୟ ଉଦ୍ୟାନର ପ୍ରଶିକ୍ଷଣ ପ୍ରମୁଖ ବୈଜ୍ଞାନିକ ପି. ଶ୍ରୀନିବାସ ତତ୍ୱାବଧାନରେ ଏହି ଦୁଇଜଣ ଚାଷୀ ପ୍ରଶିକ୍ଷଣ ନେଇଥିଲେ । ଏହି ଚାଷୀ ଶଙ୍କର ବିହନ ଉତ୍ପାଦନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଚାଷୀ ମାନେ ଏହି ମଞ୍ଜି ବ୍ୟବହାର କରି ଅଧିକରୁ ଅଧିକ ଅମଳକ୍ଷମ ଓ ଲାଭବାନ ହୋଇ ପାରିବେ ବୋଲି ବୈଜ୍ଞାନିକ  ଶ୍ରୀନିବାସ କହନ୍ତି । ଭୁବନେଶ୍ୱର ସ୍ଥିତ ଆଇଗିଣିଆରେ ଥିବା କେନ୍ଦୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରର ବୈଜ୍ଞାନିକ ମାନେ ଏହି ଦୁଇ ଜାଷୀ ବିହନ ଉତ୍ପାଦନ ସମୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।                                               ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୭/୨୦୨୩---୮,୧୦   Sakhigopal news, 25/7/2023

Blog Archive

Popular Posts