Breaking News

ସତ୍ୟବାଦୀ ଥାନା ପରିସରରେ ବୃକ୍ଷ ରୋପଣ


ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ପରିସରରେ ହିନ୍ଦୁ ଏକତା ଜାଗରଣ ମଞ୍ଚ ,ଅଳଗୁମ ତରଫରୁ ଚାରା ରୋପଣ କରାଯାଇଛି । ଥାନା ଅଧିକାରୀ ବିଜୟ ବେହେରା ଙ୍କ ଉପସ୍ଥିତି ରେ ହିନ୍ଦୁ ଏକତା ଜାଗରଣ ମଞ୍ଚର ସଦସ୍ଯ ସାମାଜିକ କର୍ମୀ ତିରୁପତି ଜେନା,ପ୍ରଶାନ୍ତ ମହାରଣା,ଅବକାଶ ପ୍ରଧାନ, ବିହାରି ବିଶ୍ବାଳ, ସନ୍ତୋଷ ବେହେରା,ଆକାଶ ପ୍ରଧାନ,ଅବିନାଶ ବରାଳ,ବିଜୟ କୁମାର ସ୍ବାଇଁ ପ୍ରମୁଖଙ୍କ ଦ୍ବାରା ଚାରା ରୋପଣ କରାଯାଇଥିଲା । ଥାନା ପରିସରରେ ବର,ଅଁଳା,ବେଲ,ନିମ,ବଉଳ,ପିସ୍ତା ବାଦାମ ଓ ସ୍ବର୍ଣ୍ଣ ଚମ୍ପା ଇତ୍ୟାଦି ବୃକ୍ଷରୋପଣ କରାଯାଇ ଥିଲା । ସତ୍ୟବାଦୀ ଥାନା ପରିସର ଅନାବନା ଜଙ୍ଗଲି ଲତାରେ ପରିପୂର୍ଣ୍ଣ ହୋଇ ପଡ଼ିଛି। ଏହାକୁ ନଜର କରି ଏକତା ଜାଗରଣ ମଞ୍ଚ ପକ୍ଷରୁ ଚାରା ରୋପଣ କରାଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୭/୨୦୨୩---୯,୧୦ Sakhigopal News,12/7/2023

Blog Archive

Popular Posts