ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜେପିର ପଦଯାତ୍ରା
ବାଙ୍କୀ-ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତର ଗୋପବନ୍ଧୁ ନଗର ମା’ମଙ୍ଗଳା ପୀଠରୁ ଆଜି ବିଜେପିର ପଦଯାତ୍ରା ବାହାରି କେନ୍ଦୁପଲ୍ଲୀ ଓ ପତନୀ ଠାରେ ପହଞ୍ଚିଥିଲେ। ଏଥିରେ ୯ବର୍ଷ ବିଜେପି ଶାସନର ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସବୁଘରକୁ ଘର ବୁଲି ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଦୀର୍ଘ ୨୩ବର୍ଷ ବିଜେଡିର ଦୁର୍ନିତି, ଭ୍ରଷ୍ଟାଚାର ଶାସନକୁ ଲୋକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା । ଏହି ପଦଯାତ୍ରା ବରିଷ୍ଠ ବିଜେପି ନେତା ବିଶ୍ୱନାଥ ସାହୁଙ୍କ ନେତୃତ୍ୱରେ କରାଯାଇଥିଲା । ବିଜେପିର ଜିଲ୍ଲାପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପରିଡା, ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜମତଗଜ ସିଂହ, ଜୟନ୍ତ ବେଉରା ଓ ସ୍ଥାନୀୟ ବାସୀନ୍ଦା ପ୍ରହଲ୍ଲାଦ ସାହୁ, ଦଣ୍ଡଧର ପଲେଇ, ପ୍ରଫୁଲ୍ଲ ଗୁରୁ, ପ୍ରକାଶ ମଲ୍ଲିକ, ରୀନା ଦେହୁରୀ, ଭିକାରୀ ସାହୁ, ଅମର ଦେହୁରୀ, ଶଙ୍କର ମଲ୍ଲୀକ, ଗୋକୁଳ ସାହୁ ପ୍ରମୁଖ ଯୋଗଦେଇଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୨/୭/୨୦୨୩---୯,୫୦ Sakhigopal News,12/7/2023