Breaking News

ଜଗନ୍ନାଥ ମନ୍ଦିର ନୂତନ ଟ୍ରଷ୍ଟବୋର୍ଡ ଗଠନ


କୁଜଙ୍ଗ ---- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତଃ ମହ୍ଲାସାହିର ବହୁ ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର ଅବହେଳିତ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।  ଆଜି ଦେବୋତ୍ତର ବିଭାଗଦ୍ବାରା ନବଗଠିତ ଟ୍ରଷ୍ଟବୋର୍ଡର ସଦସ୍ୟ ମାନଙ୍କ ନାମ ପ୍ରକାଶପାଇବା ପରେ  ମନ୍ଦିର ପରିିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା ! ଏଥିରେ ସର୍ବସମ୍ମତି କ୍ରମେ ଶ୍ରୀ ବଲ୍ଲଭ ପାଣୀ ଙ୍କୁ ସଭାପତି ଭାବେ ମନୋନୟନ କରାଯାଇଛି । ଅନ୍ୟ ଟ୍ରଷ୍ଟିମାନଙ୍କ ମଧ୍ୟରେ ଶ୍ରୀ ବିଶ୍ବନାଥ ପାଣି ,ତ୍ରିବିକ୍ରମ ପାଣି , ଜଗନ୍ନାଥତତ୍ତ୍ବ ପ୍ରଚାରକ ଜ୍ୟୋର୍ତିବିଦ ଡ଼ଃ ଅରୁଣ କୁମାର ପାଣି , ଡ଼ଃ ଧ୍ରୁତିଧର ଦାସ , କେଶବ ଚରଣ ବେହେରା ,ରମେଶଚନ୍ଦ୍ର ଦାସ ,ବ୍ରଜବନ୍ଧୁ ଖଟାଇ ,ପ୍ରଦୀପ୍ତ ରାଉତ , କିଶୋର କୁତୀବାସ କର , ଆଡ଼ଭୋକେଟ କିଶୋର ଶତପଥି ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ !  ସୂଚନାଯୋଗ୍ୟ ଯେ ମଠଟି ମାଳିକା ବର୍ଣିତ ପୀଠ ଓ ପୁରାଣ ବର୍ଣ୍ଣିତ । ଅତ୍ରି ମହର୍ଷି ଙ୍କ ଆଶ୍ରମ ବୋଲି ଲୋକକଥା ଅଛି ! ଆଗାମୀଦିନରେ ଏଠି ଅଞ୍ଚଳର ବୁଦ୍ଧିଜିବୀ ଓ ସାଧାରଣ ବ୍ୟକ୍ତି ବିଶେଷଙ୍କୁ  ଏହି ମନ୍ଦିର ସହିତ ଯୋଡାଯାଇ ପୀଠର ଉନ୍ନତି କଳ୍ପେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ନବଗଠିତ ଟ୍ରଷ୍ଟବୋର୍ଡ ତରଫରୁ ମତ ପ୍ରକାଶ ପାଇଛି! ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର,୩୦/୭/୨୦୨୩----୯,୧୦ Sakhigopal News,30/7/2023

Blog Archive

Popular Posts