ସମ୍ବିତ କୁମାର ମଙ୍ଗରାଜ ହେଲେ ନୂତନ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି
ଜଟଣୀ --ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଜଟଣୀ ଅଞ୍ଚଳର ଜଗନ୍ନାଥ ପୁରୁ ର ସମ୍ବିତ କୁମାର ମଙ୍ଗରାଜ(ବଣ୍ଟି) ସମୁଦାୟ ୧୪୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି । ନିକଟ ତମ ପ୍ରତିଦ୍ବନ୍ଦୀ ପୂର୍ବତନ ସଭାପତି ସ୍ବାଗତ କର ଙ୍କ ଠାରୁ ୫୦୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟଲଲାଭ କରିଛନ୍ତି। ସମ୍ବିତ କୁମାର ମଙ୍ଗରାଜ ପୂର୍ବରୁ ରାଜ୍ୟ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଥିଲେ ।ସମ୍ବିତ ମଙ୍ଗରାଜ ,ଜଟଣୀର ସିନିୟର୍ କଂଗ୍ରେସ ଲିଡର ତଥା ୨୫ ବର୍ଷ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ ଙ୍କ ସୂପତ୍ର ଅଟନ୍ତି। ସମ୍ବିତ ଙ୍କୁ ଦେଇଥିବା ସମସ୍ତ ଯୁବ କଂଗ୍ରେସ ବନ୍ଧୁ ଓ ଭୋଟର ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଦେବା ସହିତ,ରାଜ୍ୟ ଯୁବ କଂଗ୍ରେସ ସଭାପତି, ପିସିସି ସଭାପତି,,ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ର ମାନ୍ୟବର ବିଧ୍ୟାକ ସୁରେଶ କୁମାର ରାଉତରୟ,ଅନ୍ୟାନ୍ୟ କଂଗ୍ରେସ ରାଜ୍ୟ ନେତୃମଣ୍ଡଳୀ,ଜଟଣୀର ସମସ୍ତ ନେତୃମଣ୍ଡଳୀ ଗୁରୁଜନ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ଯୁବ କଂଗ୍ରେସ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୩---୯,୪୫ Sakhigopal News,26/7/2023