Breaking News

୧୭ ନମ୍ବର ଜୋନସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ



ବାଲିଅନ୍ତା ---- ବାଳକାଟି ପ୍ରତାପଶାସନ ଡିଗ୍ରୀ କଲେଜ ପଡିଆ ପରିସରରେ ବାଲିଅନ୍ତା ବ୍ଲକ ଅଧୀନ ୧୭ ନମ୍ବର ଜୋନସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଦଳୀୟ ସଭାରେ ଜୟଦେବ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ବରୋଦା ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ମୁଖ୍ୟ କମଳ କୁମାର ପାତ୍ର,୧୭ ନମ୍ବର ଜୋନ ଜିଲ୍ଲା ପରିଷଦ କୁନମୁନ ଲେଙ୍କା, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ବ୍ଲକ ସଭାପତି କିଶୋର ଜେନା, ୧୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା,୧୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ଦାସ, ବାଲିପାଟଣା ଜିଲ୍ଲା ପରିଷଦ ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ,ସୁକନ୍ୟା ସେଠୀଙ୍କ ସମେତ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବ୍ଲକ ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ବାଲିପାଟଣା ଅଧ୍ୟକ୍ଷା ହରପ୍ରିୟା ଦାଶ,ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତି ସଭ୍ୟ ଗଙ୍ଗାଧର ମାହାରି, ତପନ ପରିଡା, ନାରୀ ନେତ୍ରୀ ପଦ୍ମିନୀ ଦାଶ,ଯୁବ ସଭାପତି ବିଜୟ କୁମାର ମୁଦୁଲି, ଆଶିଶ ଦାଶଙ୍କ ସମେତ ଉଭୟ ବାଲିଅନ୍ତା - ବାଲିପାଟଣା ବ୍ଲକର ଯୁବ ଏବଂ ଛାତ୍ର ନେତାମାନେ ଯୋଗ ଦେଇଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ କାର୍ଯ୍ୟପ୍ରକ୍ରିୟା ଉପରେ ବକ୍ତବ୍ୟ ଦେଇଥିଲେ l ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ବିଜୟୀ କରିବା ଦିଗରେ କାର୍ଯ୍ୟ କରିବା ନେଇ ଉପସ୍ଥିତ ଥିବା ନେତୃବୃନ୍ଦ ଉପସ୍ଥିତ  କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ନବୀନ ପଟ୍ଟନାୟକ ନେତୃତାଧୀନ ବିଜେଡି ସରକାର ରାଜ୍ୟରେ ନିରବଛିନ୍ନ ବିକାଶ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜସ୍ବ ଗ୍ରାମ, ପଡ଼ା, ୱାର୍ଡ ସର୍ବୋପରି ବୁଥ ସ୍ଥରୀୟ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅଜିତ ଜେନା,ଦୁର୍ଯ୍ୟୋଧନ ମଲ୍ଲିକ ପୂର୍ବତନ ସରପଞ୍ଚ ମାନସ ନାୟକ, ବାଲିଅନ୍ତା ଆତ୍ମା ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ଫଣିଭୂଷଣ ବାରିକ, ନବ କିଶୋର ମଲ୍ଲିକଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ପୁରୁଖା ନେତା ଏବଂ ପୂର୍ବତନ ଜନପ୍ରତିନିଧିଙ୍କ ସମେତ  ବହୁ କର୍ମୀ ଯୋଗ ଦେଇଥିଲେ l ସୂଚନାଯୋଗ୍ୟ ୨୧ ନମ୍ବର ଜୋନ କର୍ମୀ ସମ୍ମିଳନୀ ଗତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l
ବାଲିଅନ୍ତା ରୁ ନିରଞ୍ଜନ ସେନାପତି ଙ୍କ ରିପୋର୍ଟ,୩୦/୭/୨୦୨୩---୮,୫୫ Sakhigopal News,30/7/2023

Blog Archive

Popular Posts