Breaking News

ଭଞ୍ଜନଗର ଜେଲରେ ବିଚାରାଧିନ କଏଦୀ ର ମୃତ୍ୟୁ



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାର ର ଜଣେ ବିଚାରାଧୀନ କଏଦୀ ର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ଚରଣ ବେହେରା । ଶନିବାର ସକାଳେ ଜେଲ୍ ଭିତରୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ  ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ହୃଦଘାତ ଯୋଗୁଁ ତାଙ୍କଦ ମୃତ୍ୟୁ ହୋଇଥିବା ନେଇ ଜେଲ୍ କତୃପକ୍ଷ ଦଣ୍ଡପାଣି ପାତ୍ର ସୂଚନା ଦେଇଛନ୍ତି । ଏକ ଚୋରି ମାମଲାରେ ବେଲଗୁଣ୍ଠା ଥାନା ପୋଲିସ ଦ୍ବାରା ଗିରଫ ହୋଇ ଗତ ୧୧ ତାରିଖରେ ସେ ଜେଲ୍ କୁ ଯାଇଥିଲେ । ଏନେଇ ଭଞ୍ଜନଗର ପୋଲିସ ମୃତଦେହ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୭/୨୦୨୩----୮,୨୫ Sakhigopal News,15/7/2023

Blog Archive

Popular Posts