ପୋଲିସ୍ ଗାଡ଼ି ଧକ୍କା ରେ ଯୁବକଙ୍କର ମୃତ
ନୟାଗଡ଼: ବରପଲି ଛକରେ ପୋଲିସ୍ ଗାଡ଼ି ଧକ୍କା ରେ ଖଣ୍ଡପଡ଼ା ସହର ବ୍ରାହ୍ମଣ ସାହିର ମିଲନ ମହାପାତ୍ର (୨୬)ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଖଣ୍ଡପଡ଼ା ପୋଲିସ୍ ଓ ଏସଡିପିଓ ସଦଳ ଚଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ରୁ ପ୍ରକାଶ ସୋମବାର ସନ୍ଧ୍ୟା ୭ ଟା ସମୟରେ ଏକ ବାଇକ୍ ଯୋଗେ ମିଲନ ନୟାଗଡ଼ ରୁ ଖଣ୍ଡପଡ଼ା ଅଭିମୁଖେ ଫେରୁଥିଲେ । ଖଣ୍ଡପଡ଼ା ରୁ ନୟାଗଡ଼ ଅଭିମୁଖେ ଦୃତ ଗତିରେ ଯାତ୍ରା କରୁଥିବା ଏକ ପୋଲିସ ଗାଡ଼ି ବରପଲି ଛକରେ ସଂପୃକ୍ତ ଯୁବକ କୁ ଧକାଦେଇ କିଛି ବାଟ ପର୍ଯ୍ୟନ୍ତ ତାକୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀ ଙ୍କ ଠାରୁ ସୁଚନା ମିଳିଛି। ଦୃତ ଗତିରେ ଯାତ୍ରା କରୁଥିବା ପୋଲିସ୍ ଗାଡ଼ିଟିର ବେଗ ହଠାତ୍ କମିଯିବାରୁ ଗାଡ଼ି ଚାଳକ ରାସ୍ତା ଉପରେ ଗାଡି ରଖି ଯୁବକର ମୃତ ଦେହକୁ ଗାଡ଼ି ଚକାତଳୁ ଟାଣି ରାସ୍ତା କଡ଼କୁ ପକାଇଦେଇ ନୟାଗଡ଼ ଅଭିମୁଖେ ପାଇଯାଇଥିଲେ। ତେବେ ସେହି ସମୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଏକାଧିକ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ନୟାଗଡ଼ ରୁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଖଣ୍ଡପଡ଼ା ଥାନା କୁ ଅପରାହ୍ନ ରେ ପରିଦର୍ଶନ ରେ ଆସି ଫେରୁଥିବା ବେଳେ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ମର୍ମଦୁନ୍ତ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରୁ ଏକ ଅଟୋ ଯୋଗେ ପୋଲିସ ଯୁବକର ମୃତ ଦେହ କୁ ଖଣ୍ଡପଡ଼ା ନ ପଠାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେବ ପର୍ଯ୍ୟନ୍ତ ଏହି ଘଟଣା କୁ କେନ୍ଦ୍ର କରି ଦୁର୍ଘଟଣା ସ୍ଥଳରେ ପୋଲିସ୍ ଓ ଜନସାଧାରଣ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାସ୍ତାରୋକ ଆନ୍ଦୋଳନ ଚାଲୁ ରହିଥିବା ଜଣାପଡିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୧/୭/୨୦୨୩----୧୦,୧୦ Sakhigopal News,31/7/2023