ଅଳଗୁମ ମେଡିକାଲ ପକ୍ଷରୁ ବ୍ଳକ ସ୍ତରୀୟ ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ ----- ଅଳଗୁମ ମେଡିକାଲ ପକ୍ଷରୁ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସଭାଗୃହ ପରିସରରେ ଏକ ବ୍ଳକ ସ୍ତରୀୟ ଡେଙ୍ଗୁ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ଆମ ଅଞ୍ଚଳରେ ଯେପରି ଡେଙ୍ଗୁରୋଗୀ ଚିହ୍ନଟ ନ ହ୍ରୁଅନ୍ତି ସେଥିପ୍ରତି ସଜାଗ ରହିବା ସହ ପ୍ରତି ଗ୍ରାମରେ ଥିବା ଗାଁ କଲ୍ୟାଣ ସମିତି, ଜନପ୍ରତିନିଧି ଓ ଜନସାଧାରଣଙ୍କୁ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା କରାଇ ପାରିଲେ ଆମେ ନିଶ୍ଚିତ ଡେଙ୍ଗୁରୋଗରୁ ମୁକ୍ତ ରହିବା ବୋଲି ଶ୍ରୀ ପଣ୍ଡା କହିଥିଲେ । ଅଳଗୁମ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ଓ ସାକ୍ଷୀଗୋପାଳ ମେଡିକାଲର ଇନିଚାର୍ଯ୍ୟ ଦେବାଶିଷ ମହାପାତ୍ର ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ କହିଥିଲେ । ବିଶେଷ କରି ଅନ୍ୟ ମାନଙ୍କ ମଧ୍ୟରେ ଜନ ସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରିଣୀ କ୍ଷେତ୍ରମଣୀ ସେଠୀ ଙ୍କ ସହିତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଶୁକଳ ସମିତିସଭ୍ୟ ବସନ୍ତ ପ୍ରଧାନ ସିଡିପିଓ, ସ୍ୱାସ୍ଥ୍ୟ ପରିଦର୍ଶକ, ପରିଦର୍ଶିକା ଓ ସ୍ୱାସ୍ଥ୍ୟ କର୍ମୀ ମାନେ ବୈଠକରେ ଉପସ୍ଥିତ ରହିଥିଲେ । ବ୍ଳକ ପ୍ରେଗାମ ମ୍ୟାନେଜର ଜ୍ୟୋତି ରଞ୍ଜନ ସତପଥି ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୭/୨୦୨୩---୭,୨୫ Sakhigopal News, 31/7/2023