ସାକ୍ଷୀଗୋପାଳ ବଜାରରେ ଖୋଲୁମ ଖୋଲା ଭାବେ ହିରୋଇନ ବେପାର ଚାଲିଛି; ପୋଲିସ ନିରବଦ୍ରଷ୍ଟା
ସାକ୍ଷୀଗେ।।ପଳ----- ସତ୍ୟବାଦୀ ଥାନା ଠାରୁ ମାତ୍ର ଅଳ୍ପ ଦୁରରେ ଦିନ ୧୧ଟା ସମୟରେ ସର୍ବସଧାରଣଙ୍କ ଆଗରେ ହିରୋଇନ ବେପାର ଚାଲିଛି । ପୋଲିସକୁ ଖବର ଦେଲେ ପୋଲିସ କହୁଛି ହିରୋଇନ ବେପାରୀଙ୍କୁ ଆମେ ଖୋଜୁଛୁ । ସାକ୍ଷୀଗୋପାଳ ବଜାର ମଝିରେ ଥିବା ପରିବା ମାର୍କେଟରେ କିଛି ଯୁବକ ମାନେ ଖୋଲାଖୋଲି ଭାବେ ହିରୋଇନ ବେପାର କରୁଥିବାର ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ କୌଣସିକାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଶେଷରେ ଖବର ଦେଇଥିବା ବ୍ୟକ୍ତି ବିଶେଷ ମାନେ ଚୁପ ହୋଇ ଘରକୁ ଯାଇଥିଲେ । ତୁରନ୍ତ ପୁରୀ ଏସପି ହିରୋଇନ ବେପାରୀଙ୍କ ଠାରୁ ସତ୍ୟବାଦୀ ଅଞ୍ଚଳର ଯୁବକ ମାନଙ୍କୁ ରକ୍ଷା କରିବା ପାଇଁ ବରିଷ୍ଠ ନାଗରିକ ମାନେ ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୭/୨୦୨୩---୭,୨୫ Sakhigopal News, 17/7/2023