Breaking News

ବିଚାରାଧିନ କଏଦୀର ମୃତ୍ୟୁ ; ରାସ୍ତା ଉପରେ ଶବରଖି, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

 



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାର ର ଜଣେ ବିଚାରାଧୀନ ବନ୍ଦୀ ର ମୃତ୍ୟୁ । ମୃତକ ଜଣକ ଚରଣ ବେହେରା । ଶନିବାର ସକାଳେ , ଜେଲ୍ ଭିତରୁ  ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲରେ  ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ , ଜେଲ୍ କତୃପକ୍ଷ ଦଣ୍ଡପାଣି ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ,ମୃତ ଚରଣ ର ପରିବାର ଲୋକେ ଅଭିଯୋଗ କରିଛନ୍ତି , ଜେଲ ଭିତରେ ପିଟିପିଟି ମାରି ଦିଆଯାଇଛି ।  ଚରଣର ମୃତ୍ୟୁ ହୃଦଘାତ ଜନିତ ନା' ପିଟିପିଟି ମାରି ଦିଆଯାଇଛି  ,  ତାହା ଅସ୍ପଷ୍ଟ ରହିଛି ।  ଏବଂ ବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି  । ଘଟଣା ପ୍ରକାରେ  ,ମୃତ ଚରଣ ଏକ ଚୋରି ମାମଲାରେ ବେଲଗୁଣ୍ଠା ଥାନା ପୋଲିସ ଦ୍ବାରା ଗିରଫ ହୋଇ , ଗତ ୧୧ ତାରିଖରେ ସେ ଜେଲ୍ କୁ ଯାଇଥିଲା । ଜେଲ୍ କୁ ଯିବାର ୫ ଦିନରେ ତାଙ୍କ ର ମୃତ୍ୟୁ କୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି  । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ୨୬/୨୩ରେ ମାମଲା ରୁଜୁ ହେଇଛି । ଭଞ୍ଜନଗର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେବାପରେ , ସେଠାରେ ଉତ୍ତେଜନା ଦେଖା ଦେଇଥିଲା ।   ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏହା ପରେ ମୃତ ଚରଣର ଶବ , ତାଙ୍କ ତନରଡା ଗ୍ରାମରେ ପହଞ୍ଚିବା ପରେ , ପରିବାର କୁ କ୍ଷତିପୂରଣ ଦାବି ଜୋର ଧରିଥିଲା ।  ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଫଳରେ ଭଂଜନଗର - ବେଲଗୁଣ୍ଠା ରାସ୍ତା ରେ ଯାନବାହନ ଚଳାଚଳ ବନ୍ଦ ହୋଇଥିଲା । ଅବରୋଧ କାରୀମାନେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଘଟିବ ନାହିଁ  ବୋଲି ଅଡ଼ି ବସିଥିଲେ । ରିପୋର୍ଟ ଲେଖା ଶେଷ ସୁଧା ଅବରୋଧ ଜାରି ରହିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୭/୨୦୨୩----୯,୪୫ Sakhigopal News,15/7/2023

Blog Archive

Popular Posts